ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଜୁଆପାଟଣା ଗ୍ରାମର ଗଛରେ ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣଙ୍କ ଉକ୍ତ ଗ୍ରାମର ଦେବେନ୍ଦ୍ର କର ଙ୍କ ପୁଅ ପ୍ରତାପ କର (୩୫) ।
ସୂଚନା ଅନୁଯାୟୀ , ପ୍ରତାପ ବାଙ୍ଗାଲୋର ରେ କାମ କରୁଥିଲେ , କିଛିଦିନ ହେବ ସେ ଘରକୁ ଫେରିଥିଲେ । ତାଙ୍କୁ ଆଜି ଭୋରୁ ଗ୍ରାମର କିଛି ବ୍ୟକ୍ତି ତାଙ୍କ ଘର ପାଖରେ ଥିବା ଏକ ଗଛରେ ଝୁଲୁଥିବାର ଦେଖିବାକୁ ପାଇ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରତାପ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସଠିକ ତଥ୍ୟ ନଥିବା ବେଳେ ସେ ବିବାହିତ ଏବଂ ତାଙ୍କର ୨ଝିଅ ଥିବାର ସୂଚନା ।