ସ୍କୁଲ ମିଶ୍ରଣ କୁ ନେଇ ଅସନ୍ତୋଷ ପୁଣି ମୁଣ୍ଡ ଟେକିଛି । ଢେଙ୍କାନାଳ ସଦର ବ୍ଳକ୍ ମଧୁସାହୁ ପାଟଣା ସ୍ଥିତ ରାଜୁଆପାଟଣା ଗ୍ରାମରେ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଦେଢ଼ବର୍ଷ ତଳେ ଶିକ୍ଷା ବିଭାଗ ଏହାକୁ ମିଶ୍ରଣ କରିଥିବା ବେଳେ କରୋନା କଟକଣା ପାଇଁ ସ୍କୁଲ ବନ୍ଦ ରହିଛି । ୧୯୮୬ ମସିହାରେ ନିର୍ମିତ ସ୍କୁଲଟି ଗ୍ରାମର ଏକମାତ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟ । ରାଜୁଆପାଟଣା ଗ୍ରାମ, ନିକଟସ୍ଥ ଶବର ସାହି ଓ ମଧୁସାହୁପାଟଣ।ର ଅଧିକଂ।ଶ ଛାତ୍ରଛାତ୍ରୀ ଏହି ସ୍କୁଲରେ ପାଠପଢ଼ନ୍ତି ।
ଚଳିତବର୍ଷ ଗ୍ରାମରେ ସମୁଦାୟ ୬୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି ।ଯେଉଁମାନେ ପ୍ରଥମ ରୁ ପଞ୍ଚମ ଶେଣୀ ପର୍ଯ୍ୟନ୍ତ ନାମ ଲେଖାଇଛନ୍ତି । ଆଗକୁ ସ୍କୁଲ ଖୋଲାଯିବା ପରେ ଅଭିଭାବକ ମାନେ ନୂଆ ବିଦ୍ୟାଳୟ କୁ ପିଲାଙ୍କୁ ଛାଡିବାକୁ ନାରାଜ ।
ରାଜୁଆପାଟଣା ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟକୁ ପୁନର୍ବାର ଖୋଲିବା ସହ ଏହାର ମରାମତି ଓ ଭିତ୍ତିଭୂମି ସଦୃଢ଼ କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି ।