News
WhatsApp Image 2023-10-04 at 17.25.00
samparksetu

ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା !

ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମପଂଚାୟତ ଅନ୍ତର୍ଗତ ମୁଣ୍ଡିଆ ସାହିର ରଘୁ ବେହେରା ଙ୍କ ପୁଅ ଫଗୁଆ ବେହେରା (୨୨) କୌଣସି କାରଣରୁ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି ।

ସୂଚନାରୁ ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ଦ୍ବିପ୍ରହର ସମୟରେ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ I ଏନେଇ ପରିବାର ଲୋକ ରାସୋଳ ଥାନାରେ ଅଭିଯୋଗ କରିଥିଲେ I ଆଜି ଶନିବାର ଦିନ ସକାଳୁ ଗାଁ ମୁଣ୍ଡ ଆମ୍ବ ତୋଟାରେ ଫଗୁଆଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା I ରାସୋଳ ଥାନା ଅଧିକାରୀ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ହିନ୍ଦୋଳ ମେଡିକାଲକୁ ପଠାଇଥିଲେ I

new life
You might also like
error: Content is protected !!