News
WhatsApp Image 2023-10-04 at 17.25.00
samparksetu

ମହିଳାଙ୍କ ମୃତ୍ୟୁ ସନ୍ଦେହ ଘେରରେ , ମଶାଣି ରେ ପଡିଛି ଅର୍ଦ୍ଧଦଗ୍ଧ ଶରୀର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା କୁନୁଆଁ ଗ୍ରାମରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି l ଜଣେ ମହିଳା ଙ୍କ ମୃତ୍ୟୁ କୁ ନେଇ ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି l ଗତକାଲି କୁନୁଆଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ନିଜ ପୁଅ ସହିତ ସାଇକେଲ ଯୋଗେ ମହିଳାଙ୍କୁ ପୋଡ଼ିବାକୁ ମଶାଣି କୁ ନେଇ ପୋଡି ଦେଇଛନ୍ତି ।

ଗତ ଗୁରୁବାର ଏହି ଘଟଣା ଘଟିଥିଲେ ମଧ୍ୟ ମହିଳାଙ୍କ ମୃତ୍ୟୁର କାରଣ ଜଣା ପଡ଼ିନାହିଁ ଏବଂ ତତବରିଆ ଭାବରେ ବାପ ପୁଅ ମାତ୍ର ଦୁଇଜଣ କାହାକୁ ନଜଣାଇ ସାଇକେଲରେ ଲଦି ମଶାଣିକୁ ନେଇ ଅଳ୍ପ କିଛି କାଠ ଓ ପେଟ୍ରୋଲ ଦ୍ୱାରା ଶବ ପୋଡ଼ିଦେବା ଓ ଅର୍ଦ୍ଧଦଗ୍ଧ ଶବ ଛାଡି ଚାଲି ଆସିବା ଇତ୍ୟାଦି ଘଟଣା ମହିଳାଙ୍କ ମୃତ୍ୟୁକୁ ଅଧିକା ରହସ୍ୟାବୃତ୍ତ କରିଛି ।

ଏହି କଥା ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଆଜି ମୃତ ମହିଳା ଙ୍କ ଅଧପୋଡ଼ା ଶରୀର ମଶାଣି ରେ ପଡ଼ିଥିବାର ଦେଖିବାକୁ ମିଳିଛିl ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଭୟରେ ହେଉ କିମ୍ବା କୌଣସି କାରଣରୁ ହେଉ ଗ୍ରାମବାସୀ ମୁଁହ ଖୋଲୁ ନଥିବା ବେଳେ କୁନୁଆଁ ଗ୍ରାମରେ ଏହାକୁ ନେଇ ଆଲୋଚନା ଜୋର ଧରିଛି, ଗ୍ରାମବାସି ମଧ୍ୟ ପୋଲିସ ନିଜଆଡୁ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବା ଦରକାର ବୋଲି ଆଲୋଚନା କରୁଛନ୍ତି ।

new life
You might also like
error: Content is protected !!