ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରାସୋଳ ଶାଖା ରୁ ୧୨ ତାରିଖ ବୁଧ ବାର ଦିନ ପ୍ରାୟ ୩ ଟା ସମୟରେ ୨ ଟି ବୁଲେଟ ରେ ପାଞ୍ଚ ଜଣ ଯୁବକ ଆସି କୋଟିଏ ରୁ ଉର୍ଦ୍ଧ ଟଙ୍କା ଓ ସୁନା ଗହଣା ଓ ଆଠ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ଘଟଣାରେ ପୋଲିସ ୪ ଜଣ ଲୁଟେରା ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଘଟଣାରୁ ପ୍ରକାଶ ଯେ ଗତ ୧୨ ତାରିଖରେ ପାଞ୍ଚ ଜଣ ଲୁଟେରା ଅପରାହ୍ନ ତିନିଟା ବେଳେ ବ୍ୟାଙ୍କ ଭିତରେ ପଶି ଆମେ ଟଙ୍କା ଜମା କରିବୁ କହି ହଠାତ୍ ବାହାର ପାଖ ସଟର ପକାଇ ଛୁରୀ ରେ ଦୁଇ ଜଣ କର୍ମଚାରୀ ଙ୍କୁ ଆକ୍ରମଣ କରି ଷ୍ଟ୍ରଙ୍ଗ ରୁମ୍ ରେ ଭର୍ତ୍ତି କରି ବାହାରୁ ବନ୍ଦ କରି ଲୁଟ୍ କରିଥଲେ।
ଏଥିସହ ବ୍ୟାଙ୍କ ରେ ଥିବା ଟଙ୍କା ଓ ସୁନା ଗହଣା ଧରି ପଳାଇଥିଲେ । ଘଟଣା ପରଠାରୁ ଢେ଼ଙ୍କାନାଳ ଏସପି , ରାସୋଳ ପୋଲିସ ଏସ୍ଡ଼ିପିଓ, ଓ ଅତିରିକ୍ତ ଆରକ୍ଷି ଅଧିକ୍ଷକ ପହଂଚି ତଦନ୍ତ କୁ ଜୋରଦାର କରିଥିବା ବେଳେ ଗତ ରାତିରେ ଢେ଼ଙ୍କାନାଳ ସଦର ଥାନା ଗୋବିନ୍ଦପୁର ରୁ ଚର୍ଚ୍ଚିତ ପ୍ରଧାନ ସାର ଙ୍କ ପୁଅକୁ ଗିରଫ କରିଛି । ଆଜି ରାସୋଳ ଥାନା ନୂଆପଟଣା ଗ୍ରାମରୁ ଦୁଇ ଜଣ ଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି ।
କେତେ ଟଙ୍କା ଓ କେତେ ସୁନା ଜବତ କରାଯାଇଛି ତାହା ପୋଲିସ ସ୍ପଷ୍ଟ କରୁ ନ ଥିବା ବେଳେ ତଦନ୍ତରେ ବାଧା ସୃଷ୍ଟି ଆଶଙ୍କାରେ ପୋଲିସ ଗଣ ମାଧ୍ୟମକୁ କୌଣସି ତଥ୍ୟ ଦେଇନାହିଁ।