News
WhatsApp Image 2023-10-04 at 17.25.00
samparksetu

ରାସୋଳ ରେ ଷ୍ଟେଟ ବ୍ୟାଙ୍କ ର ନୂତନ ଶାଖା ଉଦଘାଟିତ

ହିନ୍ଦୋଳ ଉପଖଣ୍ଡ ରାସୋଳ ସ୍ଥିତ ଦାମିନି ଗାଲେରିଆ ପରିସରରେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏକ ନୂତନ ଶାଖା ଉଦଘାଟିତ ହୋଇ ଯାଇଛି। ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଷ୍ଟେଟ ବ୍ୟାଙ୍କର ଜିଏମ୍ ପୁନମ୍ ବାଲମ୍ ଏମ୍ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଏହି ଶାଖା କୁ ଉଦଘାଟନ କରିଥିଲେ।

ଅନ୍ୟତମ ଅତିଥି ଭାବେ ଡେପୁଟି ଜିଏମ୍ କୁନ୍ଦନ ଜ୍ୟୋତି, ଆର୍ ଏମ ଅନୁଗୁଳ ବିକ୍ରମ କେଶରୀ ମାନ୍ଧାତା, ହିନ୍ଦୋଳ ର ପୂର୍ବତନ ବିଧାୟକ ମହେଶ୍ୱର ନାଏକ ଓ ସ୍ଥାନୀୟ ସରପଞ୍ଚ ଦିବାକର ନାଏକ ପ୍ରମୁଖ ମଞ୍ଚାସିନ ଥିଲେ । ନୂତନ ଶାଖା ପରିଚାଳକ ଶୁଭମ୍ ଦାସ ବିଶ୍ୱାସ ଙ୍କ ପୌରହିତ୍ୟ ରେ ଆୟୋଜିତ କାର୍ଯ୍ୟ କ୍ରମରେ ବିକାଶ ପରିଷଦର ସଂପାଦକ ଭାସ୍କର ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଦେବା ସହ ପରିଷଦ ର ବହୁ ଦିନର ଦାବୀ ଆଜି ପୂରଣ ହୋଇ ପାରି ଛି ବୋଲି ପ୍ରକାଶ କରିଥିଲେ। ସ୍ଥାନୀୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଏକ ବିରାଟ ପଟୁଆର ରେ ମୁଖ୍ୟ ଅତିଥି ଙ୍କୁ ଶାଖା ପରିସରକୁ ପାଛୋଟି ଆଣିଥିଲେ।

ମୁଖ୍ୟ ଅତିଥି ତାଙ୍କ ସଂକ୍ଷିପ୍ତ ଭାଷଣରେ ସ୍ଵାଧୀନତା ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଜି ପର୍ଯ୍ୟନ୍ତ ଗ୍ରାହକ ମାନଙ୍କୁ ଉତ୍ତମ ମାନ ର ସେବା ଯୋଗାଇ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ର ସୂଚନା ପ୍ରଦାନ କରିବା ସହ ଗ୍ରାହକ ମାନେ ବ୍ୟାଙ୍କ୍ କୁ ସହଯୋଗ କରିବା ପାଇଁ ନିବେଦନ ରଖିଥିଲେ।

new life
You might also like
error: Content is protected !!