News
WhatsApp Image 2023-10-04 at 17.25.00
samparksetu

ଜୟ ଜଗନ୍ନାଥ ସ୍ଵାମୀ

ଭକତ ଉଦ୍ଧାର   କରି ଅଙ୍ଗୀକାର
      ପତିତପାବନ  ଯାତ
ପତିତପାବନ  ଉଡଇ  କେତନ
     ଜୟ ଜୟ ଜଗନ୍ନାଥ I

ବିଜେନନ୍ଦୀଘୋଷେ ଘୋଷଯାତଅର୍ଥେ
     ସେ ଘୋଷ  ପଡୁ ଶ୍ରବଣ
ଜନ୍ମ ଜନ୍ମାନ୍ତର  ଦୁଃଖ ଯାଏ  ଦୂର
      ପୁଲକିତ  ମନ  ପ୍ରାଣ  I

ଜନ୍ମବେଦୀ  ଜାଏ   ତିନି ରଥ ଯାଏ
        ଭାଇ ଭଗ୍ନୀ  ଘେନି  ସଙ୍ଗେ
ଘେନି ସୁଦର୍ଶନ  ପ୍ରଭୁ  ସୁପ୍ରସନ୍ନ
        ମିଶିବାକୁ ଭକ୍ତ  ଅଙ୍ଗେ  I

ଶ୍ରୀଗୁଣ୍ଡିଚା ଯାତ  ଭକତଙ୍କ ହିତ
       ଆଡ଼ପମଣ୍ଡପେ ଲୀଳା
ସାର୍ଥକ ଜୀବନ   କରି ଦରଶନ
        ଶ୍ରୀକ୍ଷେତ୍ରେ  ମୁକ୍ତି ପସରା  I

ଏ ଦେହ ରଥରେ  ଆସ ପ୍ରଭୁଥରେ
      ହୁଅ ନେତ୍ରପଥ ଗାମୀ
ବିତୁ ଏ ଜୀବନ ଗାଇ ପ୍ରେମେ ନାମ
       ଜୟ ଜଗନ୍ନାଥ ସ୍ୱାମୀ  I

  
     ✍️ଇଂ ବସନ୍ତ￰ କୁମାର ବରାଳ      

new life
You might also like
error: Content is protected !!