ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ର ଚୂଡାନ୍ତ ସମୀକ୍ଷା ବୈଠକ ଜିଲ୍ଲାପାଳ ସରୋଜ କୁମର ସେଠୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ରଥଖଳା ଠାରେ ଅନୁଷ୍ଠତି ଏହି ସମୀକ୍ଷା ବୈଠକରେ ରାଜା ଅମର ଜ୍ୟୋତିସିଂହ ଦେଓଙ୍କ ସହିତ ରଥଯାତ୍ରାର ପୁର୍ଣ୍ଣ।ଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାରେ ସମସ୍ତ ନୀତି କାର୍ଯ୍ୟ ଶେଷ ପରେ ଅପରାହ୍ନ ଗୋଟାଏ ୫ମିନିଟ ରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତି ହୋଇଥିବା ବେଳେ ଦୁଇଟା ତିରିଶ ମିନିଟ ରେ ରଥଟଣା ହୋଇ ସୂର୍ଯ୍ୟ।ସ୍ତ ପୂର୍ବରୁ ଶେଷ କରିବାକୁ ନିଷ୍ପତି ଗ୍ରହଣ ହୋଇଛି ।
ରଥଯାତ୍ରାକୁ ସରସ ସୁନ୍ଦର ଏବଂ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି । ରଥ ଟାଣୁଥିବା ଶ୍ରଦ୍ଧାଳୁ ଏବଂ ଅନ୍ୟମାନେ ମାକ୍ସ ପିନ୍ଧିବାକୁ ଅନୁରୋଧ କରାଯାଇଛି ।ରଥଯାତ୍ରାରେ ଅଧିକ ଜନସମାଗମ ହେବାକୁ ଥିବାରୁ ଖାଦ୍ୟ ସାମଗ୍ରୀ ର ଶୁଦ୍ଧତା ପରୀକ୍ଷା ଏବଂ ପରିଷ୍କାର ପରିଛନତା ପ୍ରତି ଦୃଷ୍ଟିଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦୁଇଟି ଆମ୍ବୁଲାନ୍ସ ସହତି ଆଶୁ ଚିକିତ୍ସା ନିମନ୍ତେ ୩ଟି ସ୍ଥନରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି । ମଦ ବିକ୍ରୟ ଉପରେ କଟକଣା ଜାରି କରାଯାଇଛି। ଚଳିତ ବର୍ଷ ଅଧିକ ଜନ ସମାବେଶ ଆଶା କରା ଯାଉଥିବାରୁ ଜନସାଧାରଣ ସମସ୍ତ ପ୍ରକାର ସତର୍କତା । ଅବଲମ୍ବନ କରିବ।କୁ ନିବେଦନ କରାଯାଇଛି ।