News
WhatsApp Image 2023-10-04 at 17.25.00
samparksetu

ବଜ୍ରାଘାତରେ ଫାଇନାନ୍ସ କର୍ମଚାରୀ ମୃତ, ୨ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳି ବାମ ପାର୍ଶ୍ୱ କେନାଲର ବାଘୁଆ ଗାଁ ନିକଟରେ ବଜ୍ରାଘାତରେ ଜଣେ ଫାଇନାନ୍ସ କର୍ମଚାରୀ ମୃତ୍ୟୁ ବରଣ କରିଥିବା ବେଳେ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି। ମୃତକ ବଡମ୍ବା କୃଷ୍ଣଚନ୍ଦ୍ରପୁର ଅଂଚଳର ସନ୍ତୋଷ କୁମାର ବେହେରା ଏବଂ ଗୁରୁତର ଫାଇନାନ୍ସ କର୍ମଚାରୀ ଜଣଙ୍କ ଢେଙ୍କାନାଳର ସୁନ୍ୟାରାଣୀ ଜେନା।

ଉଭୟେ କାମାକ୍ଷାନଗର ସ୍ଥିତ ଚୈତନ୍ୟ ଫାଇନାନ୍ସରେ କାର୍ଯ୍ୟ କରୁଥିଲେ। ଟଙ୍କା କଲେକ୍ସନ ସାରି ବିରାଶାଳ ଅଞ୍ଚଳରୁ କାମାକ୍ଷାନଗର ଫେରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ସେହିପରି ମାଳପୁରା ଗାଁର ଦେବସ୍ମିତା ନାଏକ ଘରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଉଭୟ ଫାଇନାନ୍ସ କର୍ମଚାରୀଙ୍କୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା। ସନ୍ତୋଷଙ୍କୁ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସୁନ୍ୟା ରାଣୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

new life
You might also like
error: Content is protected !!