News
WhatsApp Image 2023-10-04 at 17.25.00
samparksetu

ଆରଆଇଙ୍କ କଳା କାରନାମା, ଜାଲ ଦସ୍ତଖତ କରି ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲରେ ରାଜସ୍ୱ ନିରୀକ୍ଷକ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଜିଲ୍ଲାପାଳଙ୍କ ଦସ୍ତଖତକୁ ନିଜ ସିସିଆର ପୁସ୍ତକ ଜାଲକରି ଗିରଫ ହୋଇଥିବାର ଜଣାପଡିଛି ।

କାମାକ୍ଷାନଗର ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ରାଜସ୍ୱ ନିରୀକ୍ଷଣକ ବିଶ୍ୱନାଥ ପ୍ରଧାନ ଗତ ୨୦୧୮ ମସିହାରେ ତତକାଳୀନ ଜିଲ୍ଲାପାଳ ରୂପାରୋଶନ ସାହୁଙ୍କ ଦସ୍ତଖତକୁ ନିଜ ସିସିଆର ପୁସ୍ତକରେ ଜାଲ କରି ନିଜର କାର୍ଯ୍ୟ କରୁଥିଲେ ।

ଏହି ଘଟଣାକୁ ନେଇ ପ୍ରଶାସନ ତରଫରୁ ଖୋଳତାଡ ଆରମ୍ଭ ହେବା ବେଳେ ସେ ଦସ୍ତଖତ ଜାଲ କରିଥିବାର ଜଣାପଡ଼ିଥିଲା । ଏହାକୁ ନେଇ ବିଶ୍ୱନାଥକୁ ଟାଉନ ଥାନା ପୋଲିସ ଗିରଫ କରିବା ସହିତ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଥିବାର ଜଣାପଡିଛି ପୂର୍ବରୁ ବିଶ୍ୱନାଥ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ କାର୍ଯ୍ୟରତ ଥିଲେ ।

new life
You might also like
error: Content is protected !!