News
WhatsApp Image 2023-10-04 at 17.25.00
samparksetu

ରୁଙ୍ଗଟା କାରଖାନା ରେ ଜମିହରାମହିଳା ମାନଙ୍କୁ ନିଯୁକ୍ତି ନଦେବା ପ୍ରତିବାଦରେ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ରୁଙ୍ଗଟା ଇସ୍ପାତ କାରଖାନାରେ ଜମିହରା ପରିବାର ର ଶିକ୍ଷିତ ବେକାର ଯୁବତୀ, ଜମିହରା ପରିବାର ବିଧବା ମୁରବି, ପରିତ୍ୟକ୍ତ ମହିଳା ମାନଙ୍କୁ ରୋଜଗାର କରି ଗୁଜୁରାଣ ମେଣ୍ଟାଇବା ପାଇଁ ସୁଯୋଗ ନଦେବା କୁ ଦୃଢ଼ ନିନ୍ଦା କରିବା ସହିତ ରୁଙ୍ଗଟା ଇସ୍ପାତ କାରଖାନାର ର ମହିଳା ସଶକ୍ତିକରଣ ଓ ମହିଳା ମାନଙ୍କୁ ସମ୍ମାନ ଦେଉନଥିବା ପ୍ରମାଣିତ ହୋଇଯାଇଛି।

ମହାସଂଘ ର କହିବା କଥା ଯେ ଏହି ଅଞ୍ଚଳର ପାଣି ପବନରେ କାରଖାନା ନିର୍ମାଣ ହେବ, ଯେଉଁ ଜମିହରା ପରିବାର ର ଜମିରେ କାରଖାନା ନିର୍ମାଣ ହେବ ସେହି ପରିବାରର ,ଘରର ମୁରବି,ଘର ଓ ପରିବାର ଚଳେଇବା ପାଇଁ ଥିବା ବିଧବା, ପରିତ୍ୟକ୍ତ ମହିଳା ମାନଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ସୁଯୋଗ ଦିଆଯାଉନଥିବା ବଡ଼ ଦୁଃଖ ଓ ପରିତାପର ବିଷୟ ଅଟେ। ଯେଉଁ ଦେଶର ମହାମହିମ ରାଷ୍ଟ୍ରପତି ଜଣେ ମହିଳା ବର୍ଗର, ଯେଉଁ ରାଜ୍ୟ ର ଉପମୁଖ୍ୟ ମନ୍ତ୍ରୀ, ବାଚସ୍ପତି ମହିଳା ବର୍ଗର ଯେଉଁ ଅଞ୍ଚଳ ର ବିଧାୟକ ମହିଳା ବର୍ଗର ଯେଉଁ ଦୁଇ ପଞ୍ଚାୟତ ରେ ଶିଳ୍ପ କାରଖାନା ସ୍ଥାପନ ହୋଇଛି ସେହି ଦୁଇ ପଞ୍ଚାୟତ ର ସରପଞ୍ଚ ମହିଳା ବର୍ଗର ହୋଇଥିବା ସତ୍ୱେ ରୁଙ୍ଗଟା ଇସ୍ପାତ କାରଖାନାର ର ବୈମାତୃକ ମନୋଭାବ ଯୋଗୁଁ ଜମିହରା ପରିବାର ର ମହିଳାମାନଙ୍କୁ ଶ୍ରମ କରି ଗୁଜୁରାଣ ମେଣ୍ଟାଇବା ପାଇଁ ସୁଯୋଗ ନଦେବା ଏହା କେଉଁ ଶିଳ୍ପ ନୀତୀ ବା ସମ୍ବିଧାନ ରେ ଲେଖାଯାଇଛି ବୁଝାପଡୁ ନାହିଁ।

ଏଣୁ ରୁଙ୍ଗଟା ଇସ୍ପାତ କମ୍ପାନୀ ପାତର ଅନ୍ତର ନିତି କୁ ପରିବର୍ତ୍ତନ କରି ମହିଳା ମାନଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ସୁଯୋଗ ଦେବାର ମନୋବୃତ୍ତି ପୋଷଣ କରିବାକୁ ଆଗକୁ ଆସିବାକୁ ମହାସଂଘ ପକ୍ଷରୁ କୁହାଯାଇଛି। ଉକ୍ତ ଦାବୀପତ୍ର କୁ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟ ମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ,ଖଣୀ ଓ ଇସ୍ପାତମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ରାଜସ୍ୱ କମିଶନର, ହିନ୍ଦୋଳ ବିଧାୟିକା,ଓ ଉପଜିଲ୍ଲାପାଳଙ୍କୁ ଦେଇଥିବା ପ୍ରକାଶ। ଦାବୀପତ୍ର କୁ ମହାସଂଘ ପକ୍ଷରୁ ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା, ଉପସଭାପତି ଶ୍ରୀଯୁକ୍ତ ବିଜୟ କୁମାର ଜେନା, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ, ସଦସ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାୟକ, ଶ୍ରୀଯୁକ୍ତ କୀର୍ତନ ନାଏକ ଦେଇଥିବା ଜଣାପଡ଼ୁଛି। ମହାସଂଘ ପକ୍ଷରୁ ମହିଳା ମାନଙ୍କୁ ନିଯୁକ୍ତି ଦାବୀକୁ ଆଗାମୀ ଦିନରେ ସରକାର କେତେ ଦୂର ପୂରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

new life
You might also like
error: Content is protected !!