News
WhatsApp Image 2023-10-04 at 17.25.00
samparksetu

ଷଡ଼ଙ୍ଗୀ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ପୁଣି ଏକ ବାଇକ ଚୋରି ,ଥାନାରେ ଅଭିଯୋଗ

ଷଡ଼ଙ୍ଗୀ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଆଜି ପୁଣି ଏକ ବାଇକକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଜଣାଯାଇଛି । ଗଁଦିଆ ଥାନ ଅନ୍ତର୍ଗତ ଷଡ଼ଙ୍ଗୀ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟକୁ ଆଜି ନିହଲପ୍ରସାଦ ଥାନା ଅନ୍ତର୍ଗତ ଭାଲିଆପାଟ ଗ୍ରାମର ପ୍ରଭାତ କୁମାର ସ୍ୱାଇଁ ତାଙ୍କର ନୀଳ ରଙ୍ଗର ଏକ ହିରୋ ବାଇକ ଆଜି ମଧ୍ୟାହ୍ନ ୧୨ଟା ସମୟରେ ବ୍ୟାଙ୍କକୁ ନିଜର କିଛି କାମରେ ଆସିଥିଲେ । ଉକ୍ତ ବାଇକ କୁ ବ୍ୟାଙ୍କ ସମ୍ମୁଖରେ ହାଣ୍ଡେଲ ଲକ କରି ରଖି ବ୍ୟାଙ୍କ ମଧ୍ୟକୁ ଯାଇଥଲେ,ପରେ ସେ କାମ ସାରି ଆସି ଦେଖନ୍ତି ବାଇକ ରଖି ଥିବା ସ୍ଥାନରେ ଆଉ ତାଙ୍କ ବାଇକ ନାହିଁ ।

ସେ ବହୁତ ଖୋଜ ଖୋଜି କଲେ ମଧ୍ୟ ଉକ୍ତ ବାଇକଟି ମିଳି ନଥିଲା । ଏଣୁ ସେ ଘଟଣା ସମ୍ପର୍କରେ ଗଁଦିଆ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ଗଁଦିଆ ପୋଲିସ ପକ୍ଷରୁ ଏକ ଚୋରି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।

new life
You might also like
error: Content is protected !!