News
WhatsApp Image 2023-10-04 at 17.25.00
samparksetu

ବେଧଡକ ଚାଲିଛି ହାର୍ଡକୋକ ଓ କୋଇଲା ଚୋରା ଚାଲାଣ ,ପୋଲିସ ନିରବ ଦ୍ରଷ୍ଟା

ଢେଙ୍କାନାଳ ଜିଲ୍ଲା ସଦର ଥାନା ନିଟକରେ ଚାଲିଛି ଚୋରା ହାର୍ଡକୋକ ଏବଂ କୋଇଲା ଚୋରା ଚାଲାଣ । ବର୍ଷ ବର୍ଷ ଧରି ଏହି ଚୋରା ଚାଲାଣ ଚାଲିଥିବା ବେଳେ ପୋଲିସ ନିରବଦ୍ରଷ୍ଟା ସାଜିଛି । ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ମୂଳିସିଂହ ହନୁମାନ ମନ୍ଦିର ନିକଟରେ ଚାଲିଛି ଚୋରାକୋଇଲା ଓ ହାର୍ଡକୋକର ବ୍ୟବସାୟ । ଦୀର୍ଘଦିନ ଧରି ଠାରେ ଏହି ଚୋରା କାରବାର ଚାଲିଥିବା ବେଳେ ସଦର ଥାନା ଏବଂ ଝାରଗାଡିଆ ଫାଣ୍ଡି ଜ୍ଞାତ ସାରରେ ହେଉଥିବାର ଜଣାପଡିଛି ।

ତାଳଚେର ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ହାର୍ଡ କୋକ୍ ନେଇ ଆସୁଥିବା ଟ୍ରକ ଗୁଡିକ ମୁଖ୍ୟ ରାସ୍ତାରୁ ଏଠାକୁ ଆସିବା ପରେ ଟ୍ରକରୁ ଉତ୍କୃଷ୍ଟ
ମାନର ହାଡ କୋକ୍ ଏବଂ କୋଇଲାକୁ ଅନଲୋଡ କରାଯାଇଥାଏ । ସେଠାରେ ଥିବା ଜେସିବି ମେସିନ ମାଧ୍ୟମରେ ଏହା ଅନଲୋଡ କରାଯିବା ପରେ ପୂର୍ବରୁ ସେଠାରେ ଥିବା ନିମ୍ନ ମାନର ହାର୍ଡ କୋକ୍ ଏବଂ କୋଇଲା,ମାଟି , ପଥରକୁ ମିଶାଇ ସମାନ ପରିମାଣ କରାଯାଇଥାଏ ।

ପରେ ସେହି ଟ୍ରକ ଗୁଡିକ ନିଜ ରାସ୍ତାରେ ଚାଲିଯାଇଥାନ୍ତି । ଏହାପରେ ସେଠାରେ ଥିବା ବ୍ୟବସାୟୀ ଅନ୍ୟ ଟ୍ରକରେ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବାର ଜଣାପଡିଛି । ଜାତୀୟ ରାଜପଥ ପାର୍ଶ୍ଵ ଏବଂ ହନୁମାନ ମନ୍ଦିର ନିକଟରେ ଦୀର୍ଘ ବର୍ଷ ଧରି ଖୁଲମଖୁଲା ଭାବରେ ଏହା ଚାଲିଥବା ବେଳେ ପୋଲିସ ନିରବଦ୍ରଷ୍ଟା ସାଜିଛି ।

କିଛିଦିନ ତଳେ ଖଣି ବିଭାଗ ତରଫରୁ ପଞ୍ଚୁପଟିରେ ଚୋରା କୋଇଲା ଗୋଦାମରେ ଚଢାଉ କରି ୧୦ଟନ କୋଇଲା ଜବତ କରାଯାଇଥିବା ବେଳେ ଜେସିବି ମେସିନ ମଧ୍ୟ ଜବତ କରାଯାଇଥିଲା । ପୋଲିସର ନାକତଳେ ଦୀର୍ଘଦିନ ଧରି ଚାଲୁଥିବା ଏହି କଳାକାରବାର ସମ୍ପର୍କରେ ପୋଲିସ କିପରି ଜାଣିପାରୁ ନାହିଁ ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି ।

new life
You might also like
error: Content is protected !!