News
WhatsApp Image 2023-10-04 at 17.25.00
samparksetu

୧୧ କେଭି ତାର ଛିଣ୍ଡି ୧୫ ପରିବାର ର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ,ଅନେକ ଗୁରତର

ଢେଙ୍କାନାଳ ସଦର ଥାନା ସାଇଁବିରି ଗ୍ରାମ ନୂଆସାହିରେ ଘଟିଛି ଅଘଟଣ । ୧୧ କେଭି ତାର ଛିଣ୍ଡି ୨ ପରିବାର ସାତ ଜଣ ଆହାତ ହୋଇଛନ୍ତି ଏବଂ ୧୫ ଗୋଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ସୁଚନା ମୁତାବକ ସାଇଁବିରି ନୁଆ ସାହିରେ ହଠାତ ୧୧ କେଭି ତାର ଛିଣ୍ଡି ପଡିଥିଲା ଯାହାଫଳରେ । ୨ଟି ପରିବାରର ୭ଜଣ ଆହାତ ହୋଇଛନ୍ତି। ପ୍ରାୟ ୧୫ଟି ପରିବାର ବିଭିନ୍ନ ଇଲେକ୍ଟି ସାମଗ୍ରୀ ପୋଡିଯାଇଛି ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ସାହି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳର ବିଭାଗ ଗାଡି ଓ ଇଲେକ୍ଟ୍ରିକର୍ମ ଚାରିଙ୍କୁ ଅଟକ ରଖିଛନ୍ତି। ପୋଲିସ ପହଞ୍ଚି ବୁଝାସୁଝା ଚଳାଇଛି। ଆହାତ ମାନେ ହେଲେ ସରୋଜ କୁମାର ବେହେରା, ସୁମିତ୍ରା ବେହେରା, ସୁଇଟି ବେହେର, କୁକୁମ ସାହୁ, ଆବାସ ସାହୁ, ପିଙ୍କି ବେହେରା ଓ ସୁବ୍ରାଜ ବେହେଲା ବୋଲି ଜଣାପଡିଛି। ଏହି ଭଳି ସାହିରେ ବାରମ୍ଵାର ତାର ଛିଣ୍ଡିଛି। ପୂର୍ବରୁ ଗୋଟିଏ ଗାଇ ମରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତୁରନ୍ତ କ୍ଷତି ପୁରଣ ଦାବି କରିଛନ୍ତି।

new life
You might also like
error: Content is protected !!