News
WhatsApp Image 2023-10-04 at 17.25.00
samparksetu

ଇଣ୍ଡିଆନ ପଟାସ ଲିମିଟେଡକୁ ହସ୍ତାନ୍ତର ହେଲା ଶକ୍ତି ସୁଗାର୍ସ

ଢେଙ୍କାନାଳ ସହର ନିକଟସ୍ଥ ହରିପୁର ଠାରେ ଥିବା ଶକ୍ତି ସୁଗାର୍ସ କାରଖାନା ବଧିବଦ୍ଧ ଭାବରେ ଇଣ୍ଡିଆନ ପଟାସ ଲିମିଟେଡକୁ ହସ୍ତାନ୍ତର କରାଯାଇଥିବାର ଜଣାପଡିଛି । ଚେନାଇ ସ୍ଥିତ ଇଣ୍ଡିଆନ ପଟାସ ଲିମିଟେଡ ୧୩୪କୋଟି ୧୦ଲକ୍ଷ ଟଙ୍କାରେ କ୍ରୟ କରିବା ପରେ ଶୁକ୍ରବାର ଦିନ ବରିଷ୍ଠ ଅଧିକାରୀ ମାନେ କାରଖାନାକୁ ପରିଦର୍ଶନ କରିବା ସହିତ ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିଥିବାର ଜଣାପଡିଛି । କାରଖାନାର ସମ୍ପ୍ରସାରଣ , ଉତ୍ପାଦନ ବୃଦ୍ଧି,ନୂତନ ବିଶୋଧନ ୟୁନିଟ ସ୍ଥାପନ ସହିତ ଚାଷୀମାନଙ୍କୁ ଗୁରୁତ୍ୱ ଦେବାକୁ ବରିଷ୍ଠ ଅଧିକାରୀ ମାନେ ପ୍ରକାଶ କରିଛନ୍ତି ।

ଜିଲ୍ଲାରେ ୧୯୯୨ ମସିହାରେ ଏକ ଚିନି କାରଖାନା ପାଇଁ ସହର ଉପକଣ୍ଠ ହରିପୁରୁ ଠାରେ ଶକ୍ତି ସୁଗାର୍ସ ସଂସ୍ଥ ପକ୍ଷରୁ ଭିତ୍ତି ସ୍ଥାପନ କରାଯାଇ ୧୯୯୪-୯୫ ମସହାିରେ କାରଖାନା ତାର ବ୍ୟବସାୟୀକ ଉତ୍ପାଦନ ଆରମ୍ଭ କରିଥିଲା । ରାଜ୍ୟର ବୃହତ ଚିନି କାରଖାନାଟି ହରିପୁର ନିକଟରେ ପ୍ରାୟ ୧ଶହ ଏକର ଜମିରେ ସ୍ଥାପନକରାଯାଇଥିବା ବେଳେ ୧ଶହ କୋଟି ଟଙ୍କା ବିନିଯୋଗ କରାଯାଇଥିଲା । ବାର୍ଷିକ ୫ଶହ କୋଟି ଟଙ୍କାର ବ୍ୟବସାୟ କରୁଥିବା ଏହି କାରଖାନା ପ୍ରତି ବର୍ଷ ୧୯ ହଜାର ଟନ ଆଖୁ ପିଡ଼ିବାର ବ୍ୟବସ୍ଥା କରିଥିଲା ।

ବାର୍ଷିକ ୨୫ଶହ ମେଟ୍ରିକ ଟନ ଚିନି ଉତ୍ପାଦନ ସହିତ ଏହି କାରଖାନାରୁ ୧୯୯୬ ମସିହାରେ ଆଲକହଲ ଉତ୍ପାଦନ କରିଥିଲା । ଏହା ସହିତ ଏହି କାରଖାନାରୁ ମୋଲାସିସ ଉତ୍ପାଦନ ସହିତ ଜୈବଖତ, ଚିନି,ସିରିଲସ ଆଦି ଉତ୍ସାଦନ କରାଯାଇ ଦେଶ ବିଦେଶକୁ ରପ୍ତାନୀ କରାଯାଉଥିଲା ।

ସର୍ବବୃହତ ଚିନି କାରଖାନାକୁ ଏବେ ବିକ୍ରୟ କରିବାକୁ ଯୋଜନା ଚାଲିଥିବା ବେଳେ ଶେଷରେ ଏହା ବିକ୍ରୀ ହୋଇଯାଇଛି । ଏହି କାରଖାନା ସ୍ଥାପନା ହେବା ପରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଚାଷୀ ଆଖୁଚାଷ କରି ଲାଭବାନ ହେବା ସହିତ ସ୍ୱାବଲମ୍ବି ହୋଇପାରୁଥିଲା ।

ଆଖୁ ଚାଷ ପାଇଁ କାରଖାନା ତରଫରୁ ବିଭିନ୍ନ ସ୍ଥାନରେ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇ ଚାଷୀମାନଙ୍କୁ ଜଳ ଯୋଗାଣ ମଧ୍ୟ କରାଯାଉଥିଲା ।ଶକ୍ତି ସୁଗାର୍ସ କାରଖାନା ଦ୍ୱାରା ପ୍ରତ୍ୟକ୍ଷ ଭାବରେ ଦଇୁ ଶହ ଶ୍ରମିକ ଉପକୃତ ହେଉଥିବା ବେଳେ ପରୋକ୍ଷରେ ହଜାରରୁ ଅଧିକ ଲୋକ ଉପକୃତ ହେଉଛନ୍ତି । ସେହିପରି ଆଖୁଭଳି ଲାଭଜନକ ଫସଲ ଉପାଦାନ କରି ଢେଙ୍କାନାଳ ସହିତ କଟକ,ଖୋର୍ଦ୍ଧା,ଯାଜପୁର ଏବଂ ଅନ୍ୟାନ୍ୟ ଜିଲ୍ଲାର ଚାଷୀମାନେ ଉପକୃତ ହେଉଛନ୍ତି ।

କିନ୍ତୁ ୩ଶହରୁ ୪ ଶହ କୋଟି କ୍ଷତି ହେଉଥିବାର
କାରଖାନା କର୍ତ୍ତୃପକ୍ଷ ଦର୍ଶାଇ ବିକ୍ରି କରିଦିଆଗଲା । ପଟାସ ଲିମିଟେଡ଼ ଏହାକୁ ୧୩୪ କୋଟି ୧୦ଲକ୍ଷ ଟଙ୍କାରେ କ୍ରୟ କରିଛି । ସମସ୍ତ ଆସବାବପତ୍ର , କାରଖାନା, ଯାହା ଯେଉଁ ସ୍ଥିତିରେ ରହିଛି ସେହି ଅନୁସାରେ ଏହାକୁ ବିକ୍ରୀ କରାଯାଇଥିବା ବେଳେ ନୂତନ ମାଲିକ ଭାବରେ ଇଣ୍ଡିଆନ ପଟାସ ଲିମିଟେଡ଼ ଜୁଲାଇ ଏକ ତାରିଖରୁ ବ୍ୟବସାୟ ହସ୍ତାନ୍ତର କାର୍ଯ୍ୟକ୍ରମ ହୋଇଥିଲା ।

ଶକ୍ରବାର ଦନି ଇଣ୍ଡିଆନ ପଟାସ ଲିମିଟେଡ଼ ଦାୟିତ୍ୱ ହସ୍ତାନ୍ତର ହୋଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନେଜିଂ ଡାଇରେକ୍ଟର ପରବିନ୍ଦର ସିଂହ ଗେହଲଟ,ମାର୍କେଟିଂ ଜେନେରାଜ ମ୍ୟାନେଜର ନିରଜ ଶର୍ମା,ପ୍ରମୁଖ ଯୋଗ ଦେଇଥିଲେ ।

କମ୍ପାନୀ ର ବିକାଶ ଓ ସମ୍ପ୍ରସାରଣ ସହିତ ଏହାର କ୍ଷମତା ବୃଦ୍ଧି କରିବ। ପାଇଁ ଆଇପିଏଲ ୨୫ଶହ କୋଟି ଟଙ୍କା ଗଛିତ ରକହିଛି । କୃଷକ ମାନଙ୍କର ବିକାଶ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା ସହିତ ଅତ୍ୟାଧୁନିକ ବୈଷୟୀକ ଜ୍ଞାନ କୌଶଳ ପ୍ରୟୋଗ କରି କୃଷିର ବିକାଶ କରାଯିବ । ନୂତନ ପଦ୍ଧତିରେ ଆଖୁଚାଷ ସହିତ ଏକ ବିଶୋଧନ କେନ୍ଦ୍ର ସ୍ଥାପନ କରିବାକୁ କାରଖାନାର ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। କାର୍ଯ୍ୟରତ କର୍ମଚାରୀ ମାନେ ପୂର୍ବ ଭଳି କାର୍ଯ୍ୟ କରିବେ ବୋଲି କାରଖାନା ତରଫରୁ ପ୍ରକାଶ ।

new life
You might also like
error: Content is protected !!