କାମାକ୍ଷାନଗର ସମବାୟ ସମିତି ର ନିର୍ବାଚନ ଆଜି ଶେଷ ହୋଇଯାଇଛି l ବରିଷ୍ଠ ବ୍ୟବସାୟୀ ବିଭୁତି ଭୂଷଣ ମହାନ୍ତି କାମାକ୍ଷାନଗର ସମବାୟ ସମିତି ର ସଭାପତି ଭାବେ ନିର୍ଦ୍ୱନ୍ଦ ରେ ମନୋନୀତ ହୋଇଛନ୍ତି l ସମୁଦାୟ ପନ୍ଦର ଜଣ ନିର୍ଦ୍ଦେଶକ ରହିଥିବା କାମାକ୍ଷାନଗର ସମବାୟ ସମିତି ରେ ସମସ୍ତେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି l
ଏହି ଉପଲକ୍ଷେ ଆଜି କାମାକ୍ଷାନଗର ସମବାୟ କାର୍ଯ୍ୟାଳୟ ପରିସରରେ ନୂତନ ସଭାପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ଆଗାମୀ ପାଞ୍ଚ ବର୍ଷ ରେ କିପରି ଭାବେ ସମସ୍ତ ଚାଷୀ ଭାଇ ମାନଙ୍କୁ ସରକାରୀ ଯୋଜନା ସଠିକ ଭାବେ ଯୋଗାଇ ଦିଆଯିବ ସେ ନେଇ ପ୍ରାଥମିକତା ଦେବାକୁ ନୂତନ ସଭାପତି ବିଭୁତି ଭୂଷଣ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି l