News
WhatsApp Image 2023-10-04 at 17.25.00
samparksetu

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତା ,ଘର ନପାଇ ଭଙ୍ଗା ଘର ରହୁଛନ୍ତି ବୃଦ୍ଧଙ୍କ ପରିବାର

ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଂଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଇଥିବା ଅଭିଯୋଗ କରିଛନ୍ତି । ଯୋଜନାରେ ନାଁ ଥିଲା ଆଉ ତାଙ୍କ ନାଁରେ ଆସିଥିବା ଘର ଅନ୍ୟ ଜଣଙ୍କୁ ମିଳିଲା ସେ ବଞ୍ଚିତ ହେ।ଇଥିବା କହିଛନ୍ତି ଗିରିଆ ନାଏକ ।ଗିରିଆ ନାଏକ ୨୦୧୮-୨୦୧୯ ରେ ପ୍ରଧାନମନ୍ତ୍ରୀ ଆବାସ ଆଇଡ଼ ନମ୍ବର OR-3368787 ରେ କାର୍ଯ୍ୟାଦେଶ ପାଇଥିଲା ବେଳେ ସେହି ସମୟରେ ଥିବା ଅଧିକାରୀ ଚଞ୍ଚକତା କରି ଦଶୀପୁର ଗାଁର ଅବନ୍ତି ନାଏକ ଙ୍କୁ ୨ ଟି କିସ୍ତିରେ ୫୦ ହଜାର ଟଙ୍କା ଦେଇଥିଲେ ।

ପ୍ରଥମ କିସ୍ତି ୭/୭/୨୦୧୮ ରେ ୨୦ ହଜାର ଟଙ୍କା,ଦ୍ୱିତୀୟ କିସ୍ତି ୧୫/୨/୨୦୧୯ ରେ ୩୦ ହଜାର ଟଙ୍କା ଦିଆ ଯାଇଥିଲା ।ଜଣେ ପ୍ରକୃତ ହିତାଧିକାରୀ ଙ୍କ ଘର ଅନ୍ୟ ଜଣଙ୍କୁ ଦିଆଯିବା କେତେ ଯୁକ୍ତିଯୁକ୍ତ ତାହା ହିଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରେ ।ଜଣେ ଗରିବ ଲୋକ ଗିରିଆ ନାଏକ ଖର୍ଚ।ନ୍ତ ହୋଇ ବାରମ୍ବାର ବ୍ଲକ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ପ୍ରଶାସନ କର୍ଣପାତା କରୁ ନାହାନ୍ତି ।ଗିରିଆ ନାଏକ ଜଣେ ଗରିବ ହରିଜନ ଶ୍ରେଣୀର ବ୍ୟକ୍ତି ବୟସ ୮୦ ରୁ ଅଧିକ ବୟସର ଅପରାହ୍ନ ରେ ନିଜ ପାଇଁ ଘର ନିର୍ମାଣ କରିବା ସମ୍ଭବ ହେଉ ନାହିଁ ।ସେ ଏବେ ଯେଉଁ ଘରେ ରହୁଛନ୍ତି ସେ ଘର ଝାଟି ମାଟିରେ ସାମାନ୍ୟ ବର୍ଷା କି ପବନ ହେଲେ ଅନ୍ୟ ଘରେ ଆଶ୍ରୟ ନିଅନ୍ତି ।

ଜଣେ ବୃଦ୍ଧ ବ୍ୟକ୍ତି ନିଜ ନାମ ରେ ଆବାସ ଥିଲା ପରେ ମଧ୍ୟ କିଛି ଅସାଧୁ ଅଧିକାରୀ ଙ୍କ ଚଞ୍ଚକତା ପାଇଁ ଆଜି ଆବାସ ପାଲଟିଛି ସାତସପନ ।ଦୀର୍ଘ ୪ ବର୍ଷ ହେଲାଣି ଗିରିଆ ନାଏକ ନ୍ୟାୟ ପାଇବା ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ଙ୍କ ନିକଟରେ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ।କଙ୍କଡ଼ାହାଡ଼ ଗୋଷ୍ଟିଉନ୍ନୟନ ଅଧିକାରୀ ଙ୍କ ନିକଟରେ ପୁଣି ଏକ ଅଭିଯୋଗ ପତ୍ର ଦେଇଥିଲା ବେଳେ ଅଧିକାରୀ କହିଛନ୍ତି ଯେଉଁ ବ୍ୟକ୍ତିଙ୍କ ନାମ ରେ ଟଙ୍କା ଯାଇଅଛି ତାଙ୍କୁ ନୋଟିସ କରାଯାଇଅଛି ଟଙ୍କା ଫେରସ୍ତ ପାଇଁ ।

ଏଠି ପ୍ରଶ୍ନବାଚୀ ସୃଷ୍ଟି କରେ ଭୁଲ କରିବେ ସରକାରୀ ବାବୁମାନେ ଆଉ ଦଣ୍ଡ ପାଇବ ଗରିବ ହିତାଧିକାରୀ ।ଜଣଙ୍କର ଘର ଅନ୍ୟ ଜଣଙ୍କୁ ଦେଲା କିଏ …? ସେ ଟଙ୍କା ଫେରସ୍ତ କରିବେ ଆଉ ପ୍ରକୃତ ହିତାଧିକାରୀ ଘର ପାଇବେ ଆଶ୍ଚର୍ଯ୍ୟ କରେ ।ଯେଉଁ ଅଧିକାରୀ ମାନେ ଚଞ୍ଚକତା କରି ଏଭଳିଆ କାମ କରିଛନ୍ତି ତାଙ୍କୁ ତଦନ୍ତ ପରିସର କୁ ଆଣି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଗିରିଆ ନାଏକ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଦିଆଯିବା ପାଇଁ ଅସହାୟ ବୃଦ୍ଧ ଗିରିଆ ନାଏକ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

new life
You might also like
error: Content is protected !!