News
WhatsApp Image 2023-10-04 at 17.25.00
samparksetu

ବାଉଁଶ ପାଟଣାରେ ପରିମଳବ୍ୟବସ୍ଥା ବିପର୍ଯ୍ୟସ୍ତ ;ଅଭିଯୋଗ ଆଣିଲେ ପୌରସଂସ୍ଥାର ୧୦ ନଂ ୱାର୍ଡ ବାସିନ୍ଦା

ଢେଙ୍କାନାଳ ପୌରସଂସ୍ଥା ଅନ୍ତଗର୍ତ ୧୦ ନମ୍ବର ୱାର୍ଡ ରେ ଥିବା ବାଉଶଁ ପାଟଣା ୱାର୍ଡଟି ହରିଜ ଅଧ୍ୟୁଷିତ ୱାର୍ଡ ଅଟେ । ଏହି ୱାର୍ଡ ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହାର ପରିଷ୍କାର ପରିଛନ୍ନ ନିମନ୍ତେ ୱାର୍ଡ ବାସୀ ନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି।

ଅଭିଯୋଗ ଅନୁସାରେ ଏହି ୱାର୍ଡରେ ୫ଶହରୁ ଅଧକି ଲୋକ ବସବାସ କରୁଛନ୍ତି। ଗ୍ରାମରୁ ଡ୍ରେନ ପାଣି ନିଷ୍କାସିତ ହେବା ପାଇଁ ଡ୍ରେନ ନିର୍ମାଣ ହୋଇଥିବା ବେଳେ ଡ୍ରେନରେ ଅଳିଆ ଆବର୍ଜନା ହେତୁ ମାସ ମାସ ଧରି ପାଣି ନିଷ୍କାସନ ହେଉନି ।

ଡ୍ରେନ ସଫା ହେଉନଥିବାରୁ ମଶାମାଛି ବଂଶ ବୃଦ୍ଧି ହେଉଛି । ଏହି ଗ୍ରାମରେ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠତି
ହେଉଥିବାରୁ ତୁରନ୍ତ ସଫା କରିବାକୁ ୱାର୍ଡ ବାସୀ ମାନେ ନିବେଦନ କରିଛନ୍ତି ।

new life
You might also like
error: Content is protected !!