News
WhatsApp Image 2023-10-04 at 17.25.00
samparksetu

ପ୍ରାଣୀ ଚିକିତ୍ସାଳୟରେ ନାହିଁ ସାପକାମୁଡା ଇଞ୍ଜେକସନ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ସାପ କାମୁଡା ଇଞ୍ଜେକସନ ନଥିବାରୁ ଏକ ଗାଈ ଜୀବନ ମରଣ ସହିତ ସଂଗ୍ରାମ କରୁଥିବାର ଜଣାପଡିଛି ।

ସହର ନିକଟସ୍ଥ କଣ୍ଟାନାଳୀର ଏକ ଗାଈ ହଠାତ ଅସୁସ୍ଥ ହୋଇପଡିଥିଲା ।ଫଳରେ ଗାଈର ମାଲିକ କାର୍ତ୍ତିକ ଦାସ ତୁରନ୍ତ ପ୍ରାଣୀ ଚିକିତ୍ସକଙ୍କ ସହିତ ଯୋଗାଯୋଗ କରିଥିଲେ । ଗାଈଟିକୁ ସାପ କାମୁଡି ଦେଇଥିବାର ଚିକିତ୍ସକ ପ୍ରକାଶ କରିଥିବା ବେଳେ ଗାଈକୁ ସାପକାମୁଡା ଇଞ୍ଜେକସନ ଦେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ପ୍ରାଣୀ ବା ଗାଈଙ୍କ ପାଇଁ ଜିଲ୍ଲାରେ କୌଣସି ଚିକିତ୍ସାଳୟରେ ଏହି ଇଞ୍ଜେସନ ମିଳୁନଥିବାର ଜଣାପଡିଛି ।

ଏହି ଇଞ୍ଜେକସନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନଥିବା ବେଳେଏହାର ଯୋଗାଣ ହେଉନଥିବାର ଜଣାପଡିଛି ।ବର୍ଷା ଋତୁରେ ଗାଈ ଗୋରୁ ମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସହିତ ସାପ କାମୁଡାରେ ମଧ୍ୟ ମୃତ୍ୟୁ ବରଣ କରିଥାନ୍ତି । କିନ୍ତୁ ପ୍ରାଣୀ ମାନଙ୍କ ପାଇଁ ଜିଲ୍ଲାରେ ସାପକାମୁଡା ଇଞ୍ଜେକସନ ନମଳିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

new life
You might also like
error: Content is protected !!