News
WhatsApp Image 2023-10-04 at 17.25.00
samparksetu

ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକ ଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ଲୋକଙ୍କ ଦୁର୍ଦ୍ଦଶା ଭୋଗୁଥିବା ବେଳେ କୁମ୍ଭ କର୍ଣ୍ଣ ନିଦ୍ରାରେ ପ୍ରଶାସନ ,ବିଭାଗୀୟ ଅଧିକାରୀ ସୋଇଯାଇଛନ୍ତି ,ଜଟିଳ ରାସ୍ତାରେ ଲୋକଙ୍କ ଗମନାଗମନ ଦୃଷ୍ଟିରୁ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେଉଥିଲେ ମଧ୍ୟ ଏହାକୁ ହେୟ ମନେ କରି ଅଚିନ୍ତାରେ ରହି ଯାଇଛନ୍ତି ଅଧିକାରୀ ବାବୁ ମାନେ ।

କୁନାଲ ନାମକ କମ୍ପାନୀ ଲୋକଙ୍କ ଯାତାୟତ ପଥକୁ ହାସ୍ୟାସ୍ପଦ କରୁଛି ,କାରଣ ଜାତୀୟ ରାଜପଥକୁ ଏହି କମ୍ପାନୀ ବ୍ରାହ୍ମଣୀ ପୋଲ ନିର୍ମାଣ କାର୍ଯ୍ୟ ଠାରୁ ଚାରି ଲେନ ବିଶିଷ୍ଟ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନେଇଛି,ହେଲେ ରାସ୍ତା କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ନଥିବା ବେଳେ ବର୍ତ୍ତମାନ ଏକ ମାତ୍ର ରାସ୍ତା ପ୍ରତି କମ୍ପାନୀ ହେଉ କିମ୍ବା ବିଭାଗୀୟ ହେଉ ମରାମତି ନକରିବା ଲୋକଙ୍କ ପ୍ରତି ଦାଉ ସାଧୁଛି ।ଏହି ସମସ୍ୟା ଉପରେ ଆଜି ଜଟିଆ ଯୁବ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଉପ ଜିଲ୍ଲାପାଳ,ଥାନା ,ତହସିଲ ଓ ରାଜପଥ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ କରିଛନ୍ତି ।ଏପରି ଜନହିତକର କାର୍ଯ୍ୟ ଉପରେ ଅଞ୍ଚଳବାସୀ ସହଯୋଗ କରିବା ପାଇଁ ଯୁବ ସଂଗଠନ ପକ୍ଷରୁ ଆହ୍ଵାନ ଦେଇଛନ୍ତି ।

new life
You might also like
error: Content is protected !!