News
WhatsApp Image 2023-10-04 at 17.25.00
samparksetu

୨ ବର୍ଷ ହେବ ୪୩ଜଣ ମୃତ ବ୍ୟକ୍ତିଙ୍କ ଭତ୍ତା ଟଙ୍କା ଖାଇଗଲେ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ମାଣିକମରା ପଞ୍ଚାୟତରେ ଦୁର୍ନିତୀକୁ ନେଇ ଜନଅଭିଯୋଗ ଶୁଣାଣୀ ଶିବିରରେ ଜନପ୍ରତିନିଧିଙ୍କ ସହିତ ଅନ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।ଏହି ପଞ୍ଚାୟତରେ ମୋ ସରକାର ବାବାଦରେ ଗତ ୬ ତାରିଖ ଦିନ ନିର୍ବାଚିତ ସରପଞ୍ଚ ,ୱାର୍ଡ ମେମ୍ବର ଏବଂ ଗ୍ରାମବାସୀଙ୍କ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଞ୍ଚାୟତ ଅଧିକାରୀ ଏବଂ ଜିଆରଏସଏସ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠିଥିବା ବେଳେ ମନରେଗା ଯୋଜନାରେ ହେଉଥିବା କାର୍ଯ୍ୟ,ପୁରୁଣା କିମ୍ବା ନୂଆ କାର୍ଯ୍ୟ ହେଉନଥିବାର ଅଭିଯୋଗ ହୋଇଥିଲା ।

କେସ ରେକର୍ଡ ଖୋଲିବା ପରେ କାମ ହେବା ସହିତ ମଷ୍ଟରରୋଲରେ ମଜୁରୀ ପ୍ରଦାନ କରାଯାଇଥିବାର ଦେଖିବାକୁ ମିଳିଥିଲା । ଏ ବିଷୟରେ ସରପଞ୍ଚ ପଞ୍ଚାୟତ ଅଧିକାରୀ ଏବଂ ଜିଆରଏସଏସଙ୍କୁ ପଚାରୀ ବାରୁ ମାର୍ଚ୍ଚ ମାସ ଠାରୁ ଏ ପର୍ଯ୍ୟନ୍ତ କାହାରିକୁ ଟଙ୍କା ପ୍ରଦାନ କରା ଯାଇନଥିବାର ପ୍ରକାଶ କରିଥିଲେ । ଏ ପଟେ ସରପଞ୍ଚ ଙ୍କ ବିନା ଅନୁମତିରେ କିପରି ମଷ୍ଟର ରୋଲରେ ଟଙ୍କା ପୈଠ ହେଉଛି ତାକୁ ନେଇ ପ୍ରଶ୍ନ ଉଠିଥିଲା ।

ଗତ ୨ ବର୍ଷ ହେବ ଭତ୍ତା ପାଉଥିବା ୪୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚଞ୍ଚକତାକରି ସେମାନଙ୍କର ଭତ୍ତା ବର୍ତ୍ତମାନ ପର୍ଯ୍ୟନ୍ତ ଉଠାହେଉଥିବା ଜଣାପଡିଥିଲା । ଏହି ଘଟଣାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା ସହିତ୪ରୁ ଅଧିକ ବିଧବା ଲୋକଙ୍କର ଭତ୍ତା ୮ ମାସ ହେବ ମଞ୍ଜୁର ହୋଇଥିବା
ବେଳେ ସେମାନଙ୍କ ପ୍ରଦାନ କରାଯାଉନଥିବାର ଅଭିଯୋଗ ହୋଇଥିଲା ।

ପଞ୍ଚାୟତର ନୂତନ ସରପଞ୍ଚ ଯୋଗଦେବା ପରେ ବିଭିନ୍ନ କାର୍ଯ୍ୟରେ ହୋଇଥିବା ଦୁର୍ନିତୀ ସମ୍ପର୍କ ଜଣାପଡିଛି ।ପଞ୍ଚାୟତର ୪୩ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ମଞ୍ଜୁର ହୋଇ ସେମାନଙ୍କ ମଧ୍ୟରେ ଅଭିମନ୍ୟୁ ରଣା, ଆଦର ବେହେରା, ଆଦର ପ୍ରଧାନ, ଆଖାରି ସେଠୀ, ଅଲି ଦେହୁରୀ, ଅମୃତି ବେୱା, ଅରଖିତ ବେହେରା, ବଚନ ପେଣ୍ଠୋଇ, ଭାମା ସେଠୀ, ବିଲେଇ ବେୱା, ବିଟ୍ ସେଠୀ, ଧ୍ରୁବ ନାଏକ, ଦିଲେଶ୍ୱର ସାହୁ, ଗୋଲାପ ଶତପଥୀ, ଗୋପାଳ ପରିଡା, ଗୋପାଳ ସାହୁ, ଗୁମା ନାଏକ, ହର ପ୍ରଧାନ, ହିନ ବେହେରା, ଜୟକୃଷ୍ଣ ସାହୁ, ଜୟରାମ ସାହୁ, ଜିରା ସାହୁ, ଯୋଗିଆ ଖିଲା, କଖାରୁ ସାହୁ, କାନ୍ଦୁରି ବିଶ୍ୱାଳ, କୋକିଳ ସାହୁ, ଲଳିତ ସାହୁ, ମାଧବ ଦଳେଇ,ମହୁର ପଧାନ,ମଲ୍ଲୀ ଦେହୁରୀ,ମଙ୍ଗୁଳୁ ପଧାନ,ନତ୍ୟାନନ୍ଦ ବେହେରା, ପ୍ରମୁଖ ମୃ୍‌ତ୍ୟ ବରଣ କରିଛନ୍ତି । ଏକ୍ଷେତ୍ରରେ ତୁରନ୍ତ କୌଣସି ପଦକ୍ଷେପ ନେବାକୁ ଦାବି ହୋଇଛି ।

new life
You might also like
error: Content is protected !!