News
WhatsApp Image 2023-10-04 at 17.25.00
samparksetu

ବୃଦ୍ଧାଙ୍କ ଚକ୍ଷୁ ଅସ୍ତ୍ରୋପଚାର ସମୟରେ ନଷ୍ଟ , ଥାନାରେ ମାମଲା

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମହିଷାପାଟ ଠାରେ ଅବସ୍ଥିତ ଶର୍ବେଶ୍ୱର ମେମୋରିଆଲ ଚକ୍ଷୁ ଚିକିତ୍ସାଳୟ ଅବସ୍ଥିତ । ଏହି ଚକ୍ଷୁ ଚିକିତ୍ସାଳୟରେ ବୃଦ୍ଧାଙ୍କ ଚକ୍ଷୁ ଅସ୍ତ୍ରୋପଚାର ସମୟରେ ଡାକ୍ତର ଙ୍କ କୌଣସି ତୃଟି ହେତୁ ତାଙ୍କର ଚକ୍ଷୁ ନଷ୍ଟ ହୋଇଥିବାର ସେ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ କି , କଟକ ଜିଲ୍ଲା ଆଠଗଡ଼ ସ୍ଥିତ ରଘୁନାଥପୁର ପାଟେଣା ଗ୍ରାମର ବାସୀନ୍ଦ। ଶଙ୍କର ସାହୁ ଗତ ୧୪ ଡିସେମ୍ବର ମାସରେ ଚକ୍ଷୁ ଅସ୍ତ୍ରୋପଚାର କରିଥିଲେ । ତାଙ୍କ ପାଖରେ ତାଙ୍କ କଥା ବୁଝାସୁଝା କରିବା ପାଇଁ ତାଙ୍କ ପତ୍ନୀ ବିଳାସିନୀ ସାହୁ ଉକ୍ତ ଚକ୍ଷୁ ଚିକିତ୍ସାଳୟକୁ ଆସିଥିଲେ । କର୍ମଚାରୀ ମାନେ ତାଙ୍କୁ ପ୍ରଲୋଭନ ଦେଖାଇ ତାଙ୍କର ଅସ୍ତ୍ରୋପଚାର କରିଥିଲେ , ପରେ ବିଳାସିନୀ ଆଜି ଭଳି ଦେଖି ନପାରିବାରୁ ବହୁ ବାର ଉକ୍ତ ଡାକ୍ତର ଖନାକୁ ଆସି ନିରାଶ ହୋଇଥିଲା ।

ବିଳାସିନୀ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଏକ ବଡ଼ ଘରୋଇ ଚକ୍ଷୁ ଚିକିତ୍ସାଳୟକୁ ଯାଇ ପରୀକ୍ଷ। କରିଥିଲେ । ସେଠାରେ ଡାକ୍ତର ବିଳାସିନୀ ଚକ୍ଷୁ ଅସ୍ତ୍ରୋପଚାର ସମୟରେ ଡାକ୍ତର କୌଣସି ତ୍ରୁଟି ରଖିଥିବା ଯୋଗୁ ତାଙ୍କୁ ଦୃଷ୍ଟିଶକ୍ତି ନଷ୍ଟ ହୋଇଛି ବୋଲି ପ୍ରକାଶ କରିଥିଲେ ।

ତେବେ ଶର୍ବେଶ୍ୱର ଚକ୍ଷୁ ଚିକିତ୍ସାଳୟରେ ତୃଟୀପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ବିଳାସୀନିଙ୍କ ଚକ୍ଷୁ ନଷ୍ଟ ହୋଇଥିବାରୁ ନ୍ୟାୟ ପାଇବା ପାଇଁ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!