News
WhatsApp Image 2023-10-04 at 17.25.00
samparksetu

ପ୍ରତି ସୋମବାର ସରକାରୀ କର୍ମଚାରୀ ପିନ୍ଧିବେ ହସ୍ତତନ୍ତ

ଢେଙ୍କାନାଳ ଜିଲ୍ଲାର ସରାଗ ପାଟଣା , ଚନ୍ଦ୍ରଶେଖର ପ୍ରସାଦ , ରଥପଦା, ଗିରିଗୋବର୍ଦ୍ଧନ ଆଦି ଗ୍ରାମରେ ବୁଣାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ଶାଢୀ ଯଥା କାରଗିଲ , କମ୍ପ୍ୟୁଟର , ରେଖା , ଗଙ୍ଗା – ଯମୁନା , ବାଡିବନ୍ଧ ନାମକ ଶାଢୀକୁ ସ୍ଵତନ୍ତ୍ର ପରିଚୟ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ଆଜି ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ପରିସର ରେ ସରାଗପାଟଣା ବୁଣାକାର ସଂଘ ଦ୍ୱାରା ପ୍ରସ୍ତୁତ ଶାଢ଼ୀ , ଗାମୁଛା , କପଡା ଆଦିର ବିକ୍ରି ବ୍ୟବସ୍ଥା ଶୁଭାରମ୍ଭ କରାଯାଇଛି ।

ଶାଢ଼ୀକୁ ପ୍ରୋତ୍ସାହିତ କରିବା କରି ରାଜ୍ୟ ,ଦେଶ ତଥା ବିଦେଶରେ ମଧ୍ୟ ଆଦୃତ କରାଇବା ପାଇଁ ଶାଢୀରେ ଆଧୁନିକ ଡିଜାଇନଯୁକ୍ତ କରି ଏହା ଅଧିକ ଆକର୍ଷଣୀୟ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏଥି ନିମନ୍ତେ ସୋନପୁର , ସମ୍ବଲପୁର ର ଦକ୍ଷ ପ୍ରଶିକ୍ଷକ ମାନଙ୍କ ସହଯୋଗ ନିଆଯିବ ।

ସମସ୍ତ ସରକାରୀ କର୍ମଚାରୀ ସୋମବାର ଦିନ ହସ୍ତତନ୍ତ ପ୍ରସ୍ତୁତ ଶାଢ଼ୀ , କୁର୍ତ୍ତା , ଆଦି ପରିଧାନ କରିବାକୁ ଜିଲ୍ଲାପାଳ କହିଛନ୍ତି । ଏହି ଅବସର ଆଜି କାର୍ଯ୍ୟ।ଳୟ ର କର୍ମଚାରୀ ମାନେ ଶାଢ଼ୀ ଓ କପଡ଼ା କଣିଥିଲେ । ସମସ୍ତ ବ୍ଲକ କାର୍ଯ୍ୟ।ଳୟ , ପୋୖର କାର୍ଯ୍ୟାଳୟ , ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶାଢ଼ୀ , ଗାମୁଛା , କପଡ଼ା ଆଦି ବିକ୍ରୟ ବ୍ୟବସ୍ଥା କରାଯିବ ।

new life
You might also like
error: Content is protected !!