News
WhatsApp Image 2023-10-04 at 17.25.00
samparksetu

ନୋଟ ଲେଖି ଛାତ୍ର ନିଖୋଜ ; କଲେଜରେ ହଙ୍ଗମା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜ ର ଛାତ୍ର ସନ୍ଦୀପ କୁମାର ଜେନା ଏକ ନୋଟ ଲେଖି ନିଖୋଜ ହୋଇ ଯାଇଛନ୍ତି ।

ହଷ୍ଟେଲର ୱାଡେନ ରବୀନ୍ଦ୍ର ବେହେରା ମାନସିକ ଚାପ ଦେଇଥିବା ସେ ହାତ ନୋଟରେ ପ୍ରକାଶ କରିଛନ୍ତି । ଆଜି ସକାଳୁ ଠାରୁ ନିଖୋଜ ଅଛନ୍ତି ବି-ଟେକ ଶେଷ ବର୍ଷ ଛାତ୍ର ସନ୍ଦୀପ କୁମାର ଜେନା । ଆଇଜିଆଇଟି କଲେଜରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି । ଗତ କାଲି ରାତିରେ ୱାଡେନ ରବୀନ୍ଦ୍ର ବେହେରା ନିଖୋଜ ଛାତ୍ର ସନ୍ଦୀପ କୁମାର ଜେନା ଗାଳି ଗୁଳଜ କରିବା ସହ ଅସଭ୍ୟ ଭାଷା ପ୍ରୟୋଗ କରିଥିଲେ ।

ଏପରିକି ସନ୍ଦୀପଙ୍କ ମାଆଙ୍କୁ ଫୋନ କରି ୱାଡେନ ଜଣଙ୍କ ଅସଭ୍ୟ ଭାଷା କହିଥିବା ସେ ପ୍ରକାଶ କରିଛନ୍ତି । ଯାହାକୁ ନେଇ କଲେଜର ଛାତ୍ରଛାତ୍ରୀ ମାନେ କଲେଜ ଫାଟକ ଆଗରେ ଧାରଣା ଦେବା ସହ ୱାଡେନଙ୍କ ବହିଷ୍କାର ଦାବି କରିଛନ୍ତି ।

new life
You might also like
error: Content is protected !!