News
WhatsApp Image 2023-10-04 at 17.25.00
samparksetu

ଭୁଶୁଡ଼ିଲା ସାରଙ୍ଗଧର ଷ୍ଟାଡିୟମର ପାଚେରୀ

ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ପାଇଁ ଜନ ହିତରେ ହେଉଥିବା କାମ ସଠିକ ଭାବରେ ହେଉନାହିଁ ଯାହାଫଳରେ ନିର୍ମାଣର ଦିନ କେତେଟାରେ ଭାଙ୍ଗି ଭୁଶୁଡି ଯାଉଛି ।

କାମାକ୍ଷାନଗର ଏନଏସି ଅନ୍ତର୍ଗତ ସାରଙ୍ଗଧର ଷ୍ଟାଡିୟମରେ ନିର୍ମାଣ ହୋଇଥିବା ପାଚେରୀର ପଶ୍ଚିମ ପାଖକୁ ପ୍ରାୟ ୩୦ ଫୁଟ ଲମ୍ବର ପାଚେରୀ ଆଜି ମଧ୍ୟାନ ସମୟରେ ଆପେଆପେ ଭୁଶୁଡି ପଡିଲା ।କୌଣସି ବର୍ଷା କି ବାତ୍ୟା ନାହୋଇ ମଧ୍ୟ ଏଭାଳିଆ ହୋଇଥିବା କାରଣରୁ ଏହା କିଭଳି କାମ ହୋଇଛି ଅନୁମାନ କରାଯାଏ ।

ତେବେ ଭାଙ୍ଗିବାର ଅଳ୍ପ ସମୟରେ କେହି ଜଣେ ଜେସିବି ମେସିନ ଲଗାଇ ତୁରନ୍ତ ଭଙ୍ଗା ପାଚେରୀକୁ ହଟାଇ ଦେଇଛନ୍ତି ।ଦୋଷ ଲୁଚାଇବାକୁ ଏଭାଳିଆ କିଏ କରିଥାଇ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

new life
You might also like
error: Content is protected !!