News
WhatsApp Image 2023-10-04 at 17.25.00
samparksetu

ବିପଦ ସଙ୍କୁଳ ଅବସ୍ଥାରେ ସାରଙ୍ଗଧର ସେତୁ

ଢେଙ୍କାନାଳ ସଦରକୁ ସଂଯୋଗ କରୁଥିବା ବାହ୍ମଣୀ ନଦୀ ଉପରେ ଥିବା ସାରଙ୍ଗଧର ସେତୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସ୍ପାନ ସଂଯୋଗ ସ୍ଥାନରୁ କଂକ୍ରିଟ ଉଠି ଲୁହା ଦେଖାଯିବା ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ବାଲି ମାଟି ରହିଥିଲେ ମଧ୍ୟ ରକ୍ଷଣା ବେକ୍ଷଣ କରାଯାଉନ୍‌ଥିବାର ଜଣାପଡିଛି ।ବ୍ରିଜର ମଧ୍ୟରେ ଥିବା ଏକ ସ୍ପାନ ଦବି ଯାଉଥିବାର ସଂଶୟ ସୃଷ୍ଟି ହେଉଥିବାରୁ ଏହାର ତଦନ୍ତ କରିବାକୁ ଦାବି ହୋଇଛି ।

ଢେଙ୍କାନାଳ ଏବଂ କାମାକ୍ଷାନଗରକୁ ସଂଯୋଗ କରୁଥିବା ସାରଙ୍ଗଧର ସେତୁ ଜିଲ୍ଳାର ଲାଇଫ ଲାଇନ ଭାବରେ ପରିଚିତ । କାମାକ୍ଷାନଗର ସହିତ କଙ୍କଡାହାଡ,ଭୁବନ,କେଉଁଝର ସହିତ ତାଳଚେରକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ଥିବା ବ୍ରାହ୍ମଣୀ ନଦୀ ଯାତାୟତ ସହିତ ମାଲ ପରିବହନରେ ବେଶ ସହାୟକ ହୋଇଛି । ନଦୀରେ ପୋଲ ନିର୍ମାଣକୁ ୨୫ ବର୍ଷରୁ ଅଧିକ ହୋଇଥିବା ବେଳେ ଏହାର ସ୍ଥାୟୀତ୍ୱ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ରିଜ ଉପରେ ଯାତାୟତ କରିବା ସମୟରେ ମାତ୍ରାଧିକ ଖାଲଖମଣ ହୋଇ ବିପଦ ସୃଷ୍ଟି କରିଛି । ପ୍ରତ୍ୟେକ ବ୍ରିଜ ସ୍ପାନ ସଂଯୋଗ ସ୍ଥଳରୁ କଂକ୍ରିଟ ଉଠିଯିବା ସହିତ ଲୁହା ସବୁ ଦେଖାଯାଉଛି । ଅନେକ ସ୍ଥାନରେ ଲୁହା ଉପରକୁ ବାହାରି ବିପଦ ସୃଷ୍ଟି କରିଛି । ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘ ଦିନ ହେବ ବାଲି ଜମା ହୋଇ ରହିଛି । ସେହି ବାଲି ସଫା କରା ଯାଉନଥିବାରୁ ସାଇକେଲ କିମ୍ବା ମୋଟର ସାଇକେଲରେ ଯାତାୟତ ସମୟରେ ତାହା ବିପଦ ସୃଷ୍ଟି କରୁଛି । ଅନେକ ସ୍ଥାନରେ ଛୋଟ ଛୋଟ ଚେର ଉଠି ପୋଲକୁ ଦୁର୍ବଳ କରିଦେଇଛି ।

କାମାକ୍ଷାନଗର ଓ ଢେଙ୍କାନାଳକୁ ସିଧାସଳଖ ଭାବରେ ସଂଯୋଗ କରୁଥିବା ଏହି ବ୍ରିଜ ଉପର ଦେଇ ଦୈନିକ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ମାନେ ଯାତାୟତ କରୁଥିଲେ ମଧ୍ୟ ସେଥିପ୍ରତି କାହାର ନଜର ନାହିଁ ।

new life
You might also like
error: Content is protected !!