ଢେଙ୍କାନାଳ ସହରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଚଳତି ବର୍ଷ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥିବାର ଜଣାପଡିଛି । ନବମ ଶ୍ରେଣୀର ଛାତ୍ରୀ ଶୁଭଶ୍ମିତା ଜେନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସତ୍ୟଜତି ସାହୁ ଏବଂ ମନସ୍ୱିନୀ ଦାଶ ମେଧା ବୃତ୍ତି ପାଇବା ପାଇଁ
ଯୋଗ୍ୟ ବିବେଚିତ ହୋଇଛନ୍ତି ।
ସେହିପରି ଗତ ୨୮ତାରିଖ ଦିନ ବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ବାଳିକା ବିଦ୍ୟାଳୟରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାରେ ବିଦ୍ୟାଳୟର
ମୋନାଲିସା ସାହୁ ପ୍ରଥମ ସ୍ଥାନ ଅଧିକାରୀ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।
ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ତଥା କମିଟିର ସମସ୍ତ ସଦସ୍ୟ ମାନେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବାର ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ବେହେରା ପ୍ରକାଶ କରିଛନ୍ତି ।