News
WhatsApp Image 2023-10-04 at 17.25.00
samparksetu

ଚାଷୀ ମାନଙ୍କ ଗୁହାରି ଶୁଣିଲାନି ଜିଲ୍ଲା ପ୍ରଶାସନ ,କୃଷିକ୍ଷେତ୍ର ଛାଡି ରାଜ ରାସ୍ତାରେ ଚାଷୀ

ଶୁଣିଲାଣି ଅର୍ଣ୍ଣଦାତା ଙ୍କ ଗୁହାରି ଶୁଣିଲାନି ଜିଲ୍ଲା ପ୍ରଶାସନ, ବାଧ୍ୟହୋଇ ଚାଷ କାର୍ଯ୍ୟ ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇଲେ ୩ ପଂଚାୟତର ଚାଷୀଭାଇ । ଆଜି ଷଡଙ୍ଗୀ ସମବାୟ ସମିତି ଅଧୀନ ୩ଗ୍ରାମ ପଞ୍ଚାୟତ ଯଥା ଷଡଙ୍ଗୀ ବରଦା ଓ ମଠତେନ୍ତୁଳିଆ ର ଚାଷୀମାନେ ସେମାନଂକର ଦାବି ଜିଲ୍ଲା ପ୍ରଶାସନ ନଶୁଣିବାରୁ ଲଗାଣ ବର୍ଷାରେ ଭିଜି ସମବାୟ ସମିତି ଆଗରେ ଢେଙ୍କାନାଳ-ଗଁଦିଆ ବ୍ଲକର ମୁଖ୍ୟ ରାସ୍ତାକୁ ସକାଳ ଠାରୁ ମଧ୍ୟାନ ପର୍ଯ୍ୟନ୍ତ ଅବରୋଧ କରିଥିଲେ ।

ସୂଚନା ମୁତାବକ ଗତବର୍ଷ ସମିତିର ସମ୍ପାଦକ ମାନେ ଆନ୍ଦୋଳନରତ ଥିବାରୁ ଚାଷୀମାନେ ଧାନ ମଣ୍ଡିରେ ଧାନ ଦେବା ନିମନ୍ତେ ନିଜର ନାମ ପଞ୍ଜି କରଣ ସହ ଧାନ ପ୍ରଦାନରେ ଅସୁବିଧା ସୃଷ୍ଟି ହେଲାସେଥିପାଇଁ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କର ସମସ୍ୟାର ସମାଧାନ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଯାହା ଫଳରେ ଉକ୍ତ ସମବାୟ ସମିତି ଅଧିନ ୩ ପଞ୍ଚାୟତର ଚାଷୀ ମାନଙ୍କର ଧାନ ସବୁ ଷଡଙ୍ଗୀ ପଞ୍ଚାୟତ ଝାରଦା ଗ୍ରାମର ସତ୍ୟମ ଶିବ ସ୍ୱୟଂ ସହାୟକ ଗୋଷ୍ଠୀ କୁ କ୍ରୟ ନିମନ୍ତେ ଦାୟିତ୍ୱ ପ୍ରଦାନ କରାଯାଇଥିଲା ହେଲେ ବିଗତ ବର୍ଷରେ ଚାଷୀମାନେ ଧାନ ପ୍ରଦାନ କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ ଚଳିତ ବର୍ଷ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଧାନ ନଦେବା ନିମନ୍ତେ ଏହି ୩ପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଭାବେ ଜଣାଇଥିଲେ, ହେଲେ ଚାଷୀମାନଙ୍କର ସମସ୍ୟର ସମାଧାନ ନିମନ୍ତେ କୌଣସି ପଦକ୍ଷେପ ଜିଲ୍ଲା ପ୍ରଶାସନ ନନେବା ଫଳରେ ଆଜି ଚାଷୀମାନେ ଚାଷକର୍ଯ୍ୟ ଛାଡି ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଏହି ୩ ପଂଚାୟତ ଚାଷୀ ମାନଙ୍କ ଦାବି ସମାଧାନ କରିବା ନିମନ୍ତେ ଆନ୍ଦୋଳନ ସ୍ଥଳକୁ ପ୍ରଶାସନ ପକ୍ଷରୁ ବୁଝାସୁଝା କରାଯାଇଥିଲା ।
ଉଭୟ ସରକାରୀ ଓ ଚାଷୀ ପ୍ରତିନିଧି ଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ୩ପଞ୍ଚାୟତ ଚାଷୀ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଧାନ ନଦେଇ ସମବାୟ ସମିତି ଦ୍ୱାରା ପରିଚାଳିତ ଧାନ ମଣ୍ଡିରେ ଧାନ ଦେବେ ଓ ସମିତିରେ ସେମାନେ ନାମ ପଞ୍ଜିକରଣ କରିବେ ବୋଲି ଉକ୍ତ ବୈଠକ ରେ ଆଲୋଚନା କରିଥିଲେ ।

ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶୃତି ମିଳିଲା ପରେ ଆନ୍ଦୋଳନ ହଟିଥିଲା । ୭ଦିନ ମଧ୍ୟରେ ଚାଷୀମାନଙ୍କର ସମସ୍ୟା ସମାଧାନ ନହୁଏ ତାହାଲେ ପୁନର୍ବାର ଆଗାମୀ ଅଗଷ୍ଟ ମାସ୧ ତାରିଖରୁ ଉକ୍ତ ୩ପଞ୍ଚୟତର ଚାଷୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଜଣାଇଛନ୍ତି

new life
You might also like
error: Content is protected !!