ଢେଙ୍କାନାଳ କଲେଜପଡା ସ୍ଥିତ ଡା.ଦାଶରଥୀ ମିଶ୍ର ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ଅଜ୍ଞନା ମିଶ୍ରଙ୍କ ସଭାପତିତ୍ୱରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ର ଅଭିଜିତ୍ ପାତ୍ର,ଦେବସ୍ମିତା ନାଥ,ବିଷ୍ଣୁପ୍ରୀୟା ସାହୁ ପ୍ରମୁଖ ଯୋଗଦେଇ ଶକ୍ତି ସଂରକ୍ଷଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଶିକ୍ଷକ ଅଶୋକ କୁମାର ପ୍ରଧାନ,ରସାନନ୍ଦ ପ୍ରଧାନ ଶକ୍ତର ଅପଚୟ ରୋକିବା ପାଇଁ ସଚେତନ ହେବାକୁ କହିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଜଳ ବିଦ୍ୟୁତ୍ ଓ ତାପଜ ବିଦ୍ୟୁତ୍ ଶକ୍ତିର ସଂରକ୍ଷଣ ନକଲେ ପୃଥିବୀ ଦିନେ ସେହି ପୁରାତନ ଦିନକୁ ଚାଲିଯିବ ବୋଲି କହିଥିଲେ ।
ଏହି ଅବସରରେ ଅନୁଷ୍ଠିତ ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅର୍ଚ୍ଚନା ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦେବସ୍ମିତା ନାଇ ଦ୍ୱିତୀୟ,ନନ୍ଦିତା ବେହେରା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ଚିତ୍ରାଙ୍କନରେ ଅଭିଜିତ ପାତ୍ର ପ୍ରଥମ,ପ୍ରଭାତ ନାଏକ ଦ୍ୱିତୀୟ, ରାହୁଲ କୁମାର ନାଥ ତୃତୀୟ ସ୍ଥାନ ଅଧିକାରୀ କରି ପୁରସ୍କୃତ ହୋଇଥିଲେ ।