News
WhatsApp Image 2023-10-04 at 17.25.00
samparksetu

ଏଣିକି ଦୁଇଟି ଡିଗ୍ରୀ ର କୋର୍ସ ଏକା ସଙ୍ଗେ କରିପାରିବେ ବିଦ୍ୟାର୍ଥୀ

ନୂତନ ଶିକ୍ଷାନୀତି ୨୦୨୦ କୁ ଅନୁମୋଦନ ମିଳିବା ପରେ ଆଜି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ସମୟପୋଯୋଗୀ ନିଷ୍ପତ୍ତି ନେଇଛନ୍ତି l ଯେଉଁଥିରେ ଏକ କାଳୀନ ଜଣେ ବିଦ୍ୟାର୍ଥୀ ଦୁଇଟି ଡିଗ୍ରୀ କୋର୍ସ କରିପାରିବ l ଏହା ଉଭୟ ଅନ୍ ଲାଇନ୍ ଓ ଫିଜିକାଲ ମୋଡ଼ ରେ ଶିକ୍ଷାଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି l

ଜଣେ ଏକ କାଳୀନ ୟୁଜି, ପିଜି କିମ୍ବା ପିଜି ଡିପ୍ଲୋମାର ଦୁଇଟି କୋର୍ସ କୁ ଯଥାକ୍ରମେ ଫିଜିକାଲ, ଅନ୍ ଲାଇନ୍ କିମ୍ବା ଉଭୟ ଫିଜିକାଲ ଓ ଅନ୍ ଲାଇନ୍ ରେ କରିପାରିବେ l ଏହା ଦ୍ୱାରା ପିଲମାନଙ୍କର ଦକ୍ଷତା ବିକାଶ ସହ ଜ୍ଞାନର ପରିମାଣ ବୃଦ୍ଧି ପାଇବ l ତେବେ ଆସନ୍ତା ଦୁଇ ସପ୍ତାହ ମଧ୍ଯରେ ଏ ସମ୍ବଳିତ ନିର୍ଦ୍ଦେଶନାମା ଆସିବ l

new life
You might also like
error: Content is protected !!