News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ବଢୁଛି ଏଡସ ସଂକ୍ରମଣ ,୧୬ଜଣ ଶିଶୁଙ୍କୁ ଏଡସ

ଢେଙ୍କାନାଳ ଜିଲ୍ଳାରେ ଭୟାବହ ଏଡସ ରୋଗ ବୃଦ୍ଧି ପାଇବାର ଲାଗିଛି । ବର୍ତ୍ତମାନ ଜିଲ୍ଳାରେ ୪୯୪ ଜଣ ଏଡସ ରୋଗୀ ରହିଥିବାର ଜଣାପଡିଛି ।ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି । ଢେଙ୍କାନାଳ ଜିଲ୍ଲାରେ ୨୦୧୧ ଜନ ଗଣନା ଅନୁସାରେ ୧୧ ଲକ୍ଷ ୯୨ହଜାର ୯୪୮ ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୬ ଲକ୍ଷ ୧୨ହଜାର ୫୯୭ ହୋଇଥିବା ବେଳେ, ମହିଳା ମାନଙ୍କ ସଂଖ୍ୟା ୫ଲକ୍ଷ ୮୦ ହଜାର ବୋଲି ପରିସଂଖ୍ୟାନରୁ ଜଣାପଡିଛି ।

ଜିଲ୍ଲାର ୮ଟି ବକ୍ଲ ରେ ୨୧୨ଟି ଗ୍ରାମପଞ୍ଚାୟତ ରହିଥିବା ବେଳେ ୧୦୬୭ଟି ମୁଖ୍ୟ ଗ୍ରାମ ରହିଛି ।ଜିଲ୍ଲାରେ ମୋଟ ୮ଟି ବ୍ଲକ ରହିଥିବା ବେଳେ ୨୧୨ଟି ଗ୍ରାମପଞ୍ଚାୟତ ରହିଛି । ଜିଲ୍ଲାରେ ମୋଟ ୫ହଜାର ୬୩୬ଟି ଶିଳ୍ପ ସଂସ୍ଥା ରହିଥିବା ବେଳେ କୃଷି ଭିତିକ ୧ ହଜାର ୩୭୬ଟି ଶିଳ୍ପ ରହିଛି ।

ଜିଲ୍ଲାରେ ସବୁ କଳକାରଖାନା ସହିତ ବିଭିନ୍ନ ସମୟରେ ରାଜ୍ୟ ବାହାରରୁ ଟ୍ରକ ଗୁଡିକ ଯାତାୟତ କରୁଛି ।ଫଳରେ ଏଡସ ସଂକ୍ରମଣ ବୃଦ୍ଧି ପାଉଥିବାର ଆଶଙ୍କା କରାଯାଉଛି । ଜିଲ୍ଳାରେ ଏଡସ ନିରାକରଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିବାହିତ ପୁରୁଷ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ଗତ ୨୦୦୫ ମସିହାରୁ ଖୋଲାଯାଇଛି ।

ଏଡସ ପରୀକ୍ଷା ପାଇଁ ଇଣ୍ଟିଗ୍ରେଟେଡ କାଉନସେଲିଂ ଆଣ୍ଡ ଟେଷ୍ଟିଙ୍ଗ ସେ ର ଆଇସିଟିସି ବା ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ରହିଛି । ଗତ ୨୦୨୦ ମସିହାରେ ୧୪ ହଜାର ୮୩୫ ଜଣଙ୍କୁ କାଉନସେଲିଂ କରାଯାଇଥିବା ବେଳେ ୧୪ ହଜାର ୭୭୬ଜଣଙ୍କ ଟେଷ୍ଟିଂ କରାଯାଇଥିଲା ଏବଂ ୨୯ ଜଣ ପଜେଟିଭ ଚିହ୍ନଟ କରାଯାଇଥିଲା । ସେହିପରି ୨୦୨୧ ମସିହାରେ ୧୪ ହଜାର ୮୦୯ ଜଣଙ୍କୁ କାଉନସେଲିଂ କରାଯାଇଥିବା ବେଳେ ୧୪ ହଜାର ୭୯୭ଜଣଙ୍କ ତେଷ୍ଟିଂ କରାଯାଇଥିଲା ଏବଂ ୨୧ ଜଣ ପଜେଟିଭ ଓ ୨୦୨୨ ମସିହାରେ ୧୬ ହଜାର ୫୦୬ ଜଣଙ୍କୁ କାଉନସେଲିଂ କରାଯାଇଥିବା ବେଳେ ୧୪ ହଜାର ୫୦୫ଜଣଙ୍କ ଟେଷ୍ଟିଂ କରାଯାଇଥିଲା ଏବଂ ୨୮ ଜଣ ପଜେଟିଭ ଚିହ୍ନଟ ହୋଇଥିଲେ ।

ବର୍ତ୍ତମାନ ଜିଲ୍ଳାରେ ମୋଟ ୪୯୪ଜଣ ପଜେଟିଭ ରହିଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨୯୬ ଜଣ ପୁରୁଷ,୧୭୩ ଜଣ ମହିଳା ଏବଂ ୧୬ ଜଣ ଶିଶୁ ରହିଥିବାର ଜଣାପଡିଛି । ସରକାରଙ୍କ ତରଫରୁ ନିୟମ ଅନୁସାରେ ଏଡସ ରୋଗୀଙ୍କର ନାମ ଗୋପନ ରହିଥିବା ବେଳେ ସରକାରଙ୍କ ତରଫରୁ ମାଗଣା ଚିକିତ୍ସା କରାଯାଉଛି ।

ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ୨୦୧ଜଣଙ୍କୁ ଭତ୍ତା ପ୍ରଦାନ କରାଯାଉଛି । ଏଡସର ଭୟାବହତାକୁ ନେଇ ବିଦ୍ୟଳୟ ସ୍ତରରୁ ମହାବିଦ୍ୟାଳୟ ଏବଂ ପ୍ରଶାସନ,ସ୍ୱେଛାସେବୀ ସଙ୍ଗଠନ ତରଫରୁ ବ୍ୟାପକ ଭାବରେ ଜନସଚେତନତା ସୃଷ୍ଟି କରାଯାଉଛି । କିନ୍ତୁ ଏହା ସତ୍ତ୍ୱେ ଜିଲ୍ଳାରେ ଏଡସ ରୋଗ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତାର ପ୍ରକଟ ହୋଇଛି ।

new life
You might also like
error: Content is protected !!