News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ବନଖଣ୍ଡରେ ବଢୁଛି ବାଘଙ୍କ ସଂଖ୍ୟା ;ବାଘଙ୍କ ପାଇଁ ୫୭ ସିସି କ୍ୟାମେରା ,ସୁରକ୍ଷାକୁ ନେଇ ପରିବେଶବିତଙ୍କ ଚିନ୍ତା

ଢେଙ୍କାନାଳ ବନଖଣ୍ଡରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଢେଙ୍କାନାଳ ବନଖଣ୍ଡରେ ହାତୀ ଶିକାର ଠାରୁ ଆରମ୍ଭ କରି ପଶୁ ଶକି ।ର ଯେଉଁଭଳିଭାବରେ ବେଧଡକ ଭାବରେ ଚାଲିଛି ସେଠାରେ ବାଘ କେତେ ସୁରକ୍ଷିତ ବୋଲି ତାକୁ ନେଇ ପରିବେଶବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି ।କପିଳାସ ଜଙ୍ଗଲକୁ ଗତ ୨୦୧୧ ମସିହା ଏପ୍ରିଲ ୨ ତାରିଖରେ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା । ପ୍ରାୟ ୧୨୫.୫ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଅଞ୍ଚଳକୁ ନେଇ ଗଠିତ ହୋଇ କପିଳାସ ଅଭୟାରଣ୍ୟ ।

ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧ଶହରୁ ୬ଶହ ଉଚ୍ଚତାରେ ରହିଛି ଏହି ଅଭୟାରଣ୍ୟ । ଏହି ଅରଣ୍ୟରେ ବହୁ ଜୀବ ଜନ୍ତୁଙ୍କ ସହିତ ହାତୀ, ହରିଣ,ବାଘ,ଝିଙ୍କ,କୁଟୁରା,ସମ୍ବର,ଭାଲୁ,ବଜ୍ରକାପ୍ତା,ଅହିରାଜ,ଅଜଗର ସାପଙ୍କ ସହିତ ନେପାଳୀ ବା ବୃହତ ଗୁଣ୍ଡୁଚିମୁଷା ବି ରହୁଛନ୍ତି । ଜୀବଜନ୍ତୁରେ ପୂର୍ଣ୍ଣ କପିଳାସକୁ ଇକୋସେନସିଟିଭ ଜୋନ ଭାବରେ ଘୋଷଣା କରାଯାଇଛି ।

ଗତ ୨୦୧୪ ମସିହା ଏପ୍ରିଲ ୪ ତାରିଖରେ ଭାରତର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଥିବା ବେଳେ ଏହାର ପରିସରକୁ ୩୯୩.୮୭ ବର୍ଗ କିଲୋମିଟରକୁ ବୃଦ୍ଧି କରିଛନ୍ତି ।ଏହି ଜୋନ ୫ଶହ ମିଟରରୁ ୧୩.୧୫ କିଲୋମିଟର ପର୍ଯ୍ୟନ୍ତ ବଳବତ୍ତର ରହିବ । ଓଡିଶା ସରକାରଙ୍କ ତରଫରୁ ୨୦୧୬ ମସିହାରେ ଏହାକୁ ଟୁରିଷ୍ଟ ହବ ଭାବରେ ଘୋଷଣା କରାଯାଇଛି । ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ଏହାକୁ ଅଭୟାରଣ୍ୟର ମାନ୍ୟତା ଦେବା ପରେ ଏବେ ବାଘ ସୁରକ୍ଷାକୁ ନେଇପ୍ରଶ୍ନବାଚୀସୃଷ୍ଟି ହୋଇଛି । ହାତୀ ଦାନ୍ତ,ହରିଣ ଶିଙ୍ଗ,ଛାଲ,କଇଁଛ,ବାରହା ଦାନ୍ତ ସହିତ ଗୋଧି,ବଜ୍ରକାପ୍ତା ,ଝିଙ୍କ ମାନଙ୍କର ଚୋରା ଚାଲାଣର ହବ ପାଲଟିଛି ଢେଙ୍କାନାଳ ବନଖଣ୍ଡ ।

କିନ୍ତୁ ଦିନକୁ ଦିନ ଅନୁକୂଳ ପରିବେଶ ଯୋଗୁ ବାଘ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ରେଞ୍ଜରେ ବାଘ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କପିଳାସ ସଂରକ୍ଷିତ ଜଙ୍ଗଲରେ ବାଘଙ୍କ ସଂଖ୍ୟା ଆକଳନ କରିବା ପାଇଁ ବନ ବିଭାଗ ବିଭିନ୍ନ ସ୍ଥାନରେ ୫୭ଟି ସିସି କ୍ୟାମେରା ଲଗାଇଥିବା ବେଳେ ସ୍ୱତନ୍ତ୍ର ଟିମ ଗଠନ କରି ସଜାଗ ରହିଛି । ଘନ ଜଙ୍ଗଲ ମଧ୍ୟରେ ୱାଚ ଟାୱାର ନିର୍ମାଣ କରାଯାଇଛି । କପିଳାସ ଜଙ୍ଗଲରେ ବହୁ ବିରଳ ପଶୁ ପକ୍ଷୀଙ୍କ ଶିକାର କରାଯାଉଥିବା ବେଳେ ଏବେ ବାଘ ସଂଖ୍ୟା ବୃଦ୍ଧି ପାଇଥିବାର ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ବାଘଙ୍କ ସୁରକ୍ଷାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା
ବେଳେ ଶିକାରୀ ମାନଙ୍କ ଉପରେ ମଧ୍ୟ କଡା ନଜର ରଖାଯାଇଥିବାର ସେ ପ୍ରକାଶ କରିଛନ୍ତି ।

ଏମାନଙ୍କ ସୁରକ୍ଷାସହିତ ବଂଶ ବିସ୍ତାର କରାଗଲେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ପରିବେଶ ବିତ ତଥା ଜାତିସଂଘ ପୁରସ୍କାର ପ୍ରାପ୍ତ ପରିବେଶବିତ ଶୁଭ୍ରାଂଶୁ ଶତପଥୀ ପ୍ରକାଶ କରିଛନ୍ତି ।ଜଙ୍ଗଲ ସୁରକ୍ଷା ହେଉଛି ପ୍ରଥମ କର୍ତ୍ତବ୍ୟ,ଜଙ୍ଗଲ ସୁରକ୍ଷିତ ରହିଲେ ସେମାନେ ବି ସୁରକ୍ଷିତ ରହିବେ । ବାଘ ନିଜେ ନିଜର ସୁରକ୍ଷାକରେ ,ସେମାନେ ପ୍ରାକୃତିକ ପରିବେଶରେ ଖାଦ୍ୟ ସଂଗ୍ରହ କରି ଖାଇଥାନ୍ତି ତେଣୁ ବନବୁଭାଗ ଉଭୟଙ୍କ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

new life
You might also like
error: Content is protected !!