News
WhatsApp Image 2023-10-04 at 17.25.00
samparksetu

ପଦାରେ ପଡିଲା ପୌରପାଳିକାର ପୋଖରୀ ଦୁର୍ନୀତି, ପୋଖରୀ ପୁନରୁଦ୍ଧାର ପାଇଁ ଆସିଥିବା କୋଟିକୋଟି ଅର୍ଥକୁ ଆତ୍ମସାତ !

ସହରାଞ୍ଚଳରେ ଥିବା ଜଳାଶୟ ଗୁଡ଼ିକୁ ପୁନରୁଦ୍ଧାର କରାଯିବା ଯେଉଁ ଜଳଶୟ ବା ପୋଖରୀ ଗୁଡ଼ିକ ଅବ୍ୟବହୃତ ଅବସ୍ଥାରେ ରହିଛି ତାହାକୁ ବ୍ୟବହାର ଉପଯୋଗୀ କରାଯିବ । ଭୂତଳ ଜଳସ୍ତର ବୃଦ୍ଧି ସହ ଅବସର ବିନୋଦନ ପାଇଁ ଏହି ଜଳାଶୟ ଗୁଡ଼ିକୁ ପ୍ରସ୍ତୁତ ମଧ୍ୟ କରାଯିବ। ଏଭଳି କିଛି ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ “ଆମ ପୋଖରୀ” ଯୋଜନା ପରିକଳ୍ପନା କରାଯାଇଛି।

ଏହି ଯୋଜନା ନେଇ ଢେଙ୍କାନାଳ ପୌରପାଳିକାର ବିଭିନ୍ନ ୱାର୍ଡ ରେ ଥୁବା ପୋଖରୀ ଗୁଡିକ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପୁନରୁଦ୍ଧାର ହେବ କଣ ଆରମ୍ଭରୁ ହୋଇଥିଲା ଅର୍ଥ ଆତ୍ମସାତ ଯୋଜନା । ପୋୖରପାଳିକା ପୋଖରୀ ଖୋଲିବେ କଣ ପୋତୁଛନ୍ତି ବୋଲି ଅଭିଯୋଗ ଆଣିଲେ ବିଭିନ୍ନ ୱାର୍ଡ ବାସୀ । ତେବେ ଏନେଇ ବାରମ୍ବାର ପୋୖରଯନ୍ତ୍ରୀ ଙ୍କୁ ଅଭିଯୋଗ କରିଥିବା ବେଳେ ଯନ୍ତ୍ରୀ ଅଭିଯୋଗ କୁ ଶୁଣିନଥିଲେ । ଯନ୍ତ୍ରୀ ଙ୍କ ପରିଚାଳନା ରେ କାର୍ଯ୍ୟ ଚାଲୁଥିବା ବେଳେ ଏଭଳି ଦୁର୍ନୀତି କିଭଳି ଘଟିଛି ଏହି ପ୍ରଶ୍ନ ଉଠାଇଥିଲେ ବୁଦ୍ଧିଜୀବି ।

କିଛିଦିନ ପୂର୍ବରୁ କୁଞ୍ଜକାନ୍ତ ବାସିନ୍ଦା ମଧ୍ୟ ପୋୖରାଧ୍ୟକ୍ଷା ଏବଂ ପୋୖର ଅଧିକାରୀ ଙ୍କୁ ଭେଟି ଏହି ସମସ୍ୟା ନେଇ ଅବଗତ କରାଇଥିଲେ । ଠିକଦାର ଏବଂ ଯନ୍ତ୍ରୀଙ୍କ ଆତ୍ମସାତ ଯୋଜନା ରେ ଅତିଷ୍ଠ ହୋଇ ଶେଷରେ ସ୍ୱର ଉଠାଇଲେ ସ୍ଥାନୀୟ ବାସିନ୍ଦା। ପ୍ରଥମେ ଭାଗିରଥି ସାଗର ପରେ କୁଞ୍ଜକାନ୍ତ ପୋଖରୀ ପରେପରେ ହିରାସାଗର ସବୁଠି ଦେଖାଦେଇଛି ତୀବ୍ର ଅସନ୍ତୋଷ । ଶେଷରେ ହିରାସାଗାରରେ ଚାଲିଥିବା ଖନନ କାର୍ଯ୍ୟକୁ ବନ୍ଦ କରାଇଥିଲେ ଅଞ୍ଚଳବାସୀ ।ତେବେ ପୋଖରୀ ପୁନରୁଦ୍ଧାର ପାଇଁ ସରକାର କୋଟିକୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଯନ୍ତ୍ରୀ ଏଭଳି ଅର୍ଥ ଆତ୍ମସାତ ଉଦ୍ୟମ କରିବା ଘଟଣା ଢେଙ୍କାନାଳ ସାରା ଅସନ୍ତୋଷ ର ବାତାବରଣ ଦେଖା ଯିବା ସହ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

new life
You might also like
error: Content is protected !!