News
WhatsApp Image 2023-10-04 at 17.25.00
samparksetu

ଜୀବନ ଜୀବିକାକୁ ନେଇ ଦୋଛକିରେ ଜିଲ୍ଲାର କେନ୍ଦୁପତ୍ର ତୋଳାଳି ; କେନ୍ଦୁପତ୍ର ଚାଲାଣ କରି ବିଭାଗ ମାଲେମାଲ

ଢେଙ୍କାନାଳ ଜିଲ୍ଲାରେ ଲକ୍ଷାଧିକ କେନ୍ଦୁପତ୍ର ତାଳାଳୀ ଶୋଷଣର ଶିକାର ହେଉଥିବାର ଜଣାପଡିଛି । ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଛତା,ଜୋତା,ପାଣିବୋତଲ ପ୍ରଦାନ କରାଯାଉଥିବା ବେଳେ ଦିନକୁ ୧୨ଘଂଟା ପରିଶ୍ରମ କରିଲେ ବି ମଜୁରୀ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବାର ଜଣାପଡିଛି । ଜିଲ୍ଲାରେ ଶହ ଶହ ଶିଶୁ ଶ୍ରମିକ ମାନଙ୍କୁ ବିଭନ୍ନ ସ୍ଥାନରେ ନିୟାଜିତ କରାଯାଇ କେନ୍ଦୁପତ୍ର ତୋଳା ଯାଉଥିବାର ଦେକିବାକୁ ମିଳିଛି । କେନ୍ଦୁ ପତ୍ର ଶ୍ରମିକର ସ୍ୱେଦବିନ୍ଦୁରେ ସଂଗ୍ରହ ହେଉଛି ସବୁଠାରୁ ଲାଭ କାରୀ ମାଦକ ଦ୍ରବ୍ୟ ପାଇଁ କଂଚା ମାଲ ବିଡି ପ୍ରସ୍ତୁତି ପାଇଁ ଯୋଗାଡ ହେଉଛି ପତ୍ର । ପତ୍ର ସଂଗ୍ରହ କରିବା ପାଇଁ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରଙ୍କ ବନବିଭାଗର ତରଫରୁ କେନ୍ଦୁପତ୍ର ଫଡି ମାନ ନିର୍ମାଣ କରାଯାଇଛି ।

ଏହି ଫଡିରେ କେନ୍ଦୁପତ୍ର ସଂଗ୍ରହ କରାଯାଇ ବିଭିନ୍ନ ସ୍ଥାନକୁ ବନବିଭାଗ ତରଫରୁ ଯୋଗାଣ ହେଉଛି । ଯେଉଁମାନେ କେନ୍ଦୁ ପତ୍ର ସଂଗ୍ରହ କରୁଛନ୍ତି ସେମାନଙ୍କ ଦୁର୍ଦ୍ଦଶା କହିଲେ ନସରେ । ବର୍ତ୍ତମାନ ପ୍ରବଳ ଗରମ ଏବଂ ୪୨ଡିଗ୍ରୀ ଖରାରେ ସେମାନେ ଜଙ୍ଗଲ ଏବଂ ତଏଲାରୁ କେନ୍ଦୁ ପତ୍ର ସଂଗ୍ରହ କରୁଛନ୍ତି । କରୋନା ଯୋଗୁଁ
ଜୀବନ ଜିବିକାରେ ବାଜି ଲାଗିଥିବା ବେଳେ ନିଜର ରୋଜଗାର ଏବଂ ପେଟକୁ ଦାନାସଂଗ୍ରହ ପାଇଁ ପରିବାରର ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ମାନେ କେନ୍ଦୁ ପତ୍ର ସଂଗ୍ରହ କରିବାରେ ଲାଗିଛନ୍ତି ।

ସକାଳ ୬ରୁ ଖାଲି ପେଟ କିମ୍ବା ମୁନ୍ଦେ ତୋରାଣୀ ପିଇ କେନ୍ଦୁ ପତ୍ର ସଂଗ୍ରହ କରି ପ୍ରବଳ ଖରାରେ ଘରକୁ ଫେରିବା ବେଳକୁ ଦିନ ୧୨ଟା ବାଜିଯାଉଛି । ସରକାର ଦିନ ୧୦ଟା ପରେ ଘରୁ ବାହାରିବାକୁ ବାରଣ
କରିଥିବା ବେଳେ ପେଟ ପାଇଁଏବଂ ଅଧିକ ପତ୍ର ତୋଳିଲେ ଅଧିକ ରୋଜଗାର ପାଇଁ ଜୀବନକୁ ଖରାରେ ବାଜି ଲଗାଇ କାମ କରିବାକୁ ପଡୁଛି । ଗଣ୍ଠିଲି ବାନ୍ଧି ଘରକୁ ଫେରିବା ପରେ କିଛି ଖାଇ ପୁଣି ପରିବାରଲୋକ କୋଡିଏ ଗୋଟି ପତ୍ରକୁ ବାନ୍ଧି କେରି କେରି କରି ରଖିଥାନ୍ତି ।

କଅଁଳ ଏବଂ ଭଲ ପତ୍ରକୁ ସଜାଡି ବାନ୍ଧିବା ବେଳେକୁ ଦିନ ୪ ହୋଇଥାଏ । ତା ପରେ ପୁଣି ମୁଣ୍ଡରେ ଲଦି କେନ୍ଦୁ ପତ୍ରକୁ ଫେଡ଼ିକୁ ନେଇ ହିସାବ ଦେବା ସହିତ ସଜାଇ ଶୁଖାଇ ଦେବାକୁ ପଡେ । ଏଭଳି ସକାଳ ୭ରୁ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରିବାକୁ ପଡେ । ଏହି କାର୍ଯ୍ୟପାଇଁ କୋଟିଏ କେରି ବା ୨୦ଟି ପତ୍ରକୁ ସରକାର ଦିଅନ୍ତି ମାତ୍ର ଏକ ଟଙ୍କା କୋଡିଏ ପଇସା । ଜଣେ ସୁସ୍ଥ ସବଳ ଏବଂ କୂଶଳୀ ଶ୍ରମିକ ଦୈନିକ ଅତି ବେଶୀରେ ୨ଶହ କେରି ସଂଗ୍ରହ କରିପାରିବ । ଏହି ୨ଶହ କେରିକୁ ୨୪୦ଟଙ୍କା ମିଳିଥାଏ ।

ଜଣେ ଶ୍ରମିକ ଆଠଘଣ୍ଟା କାର୍ଯ୍ୟକଲେ ୪ଶହ ଟଙ୍କା ପାଉଥିବା ବେଳେ କେନ୍ଦୁପତ୍ର ତୋଳଳୀଙ୍କୁ ନା ମିଳୁଛି ନାର୍ଯ୍ୟ ଦର ନା ମିଳୁଛି ଶ୍ରମିକର ମାନ୍ୟତା । ପ୍ରବଳ ଖରାରେ ଜୀବନକୁ ବାଜି ଲଗାଇଲେ ମଧ୍ୟ ସର୍ବନିମ୍ନ ମଜୁରୀ ମିଳୁନଥିବାର ପ୍ରକାଶ କରିଛନ୍ତି କେତେକ ଶ୍ରମିକ ।ଆମ ଆଦମୀ ବୀମା ଯୋଜନା ରହିଥିଲେ ମଧ୍ୟ ମୃତ୍ୟୁ ପାଇଁ ମାତ୍ର ୩୦ ହଜାର ଟଙ୍କା ମିଳିବାର ଯୋଜନା ରହିଛି ।

ସେହିପରି ମାସକୁ ପିଲାମାନଙ୍କୁ ଛାତ୍ରବୃତ୍ତି ପ୍ରଦାନର ବ୍ୟବସ୍ଥା ରହିଛି । ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଛତା,ଜୋତା ଏବଂ ବୋତଲ ଦିଆଯିବାର ବ୍ୟବସ୍ଥା ରହିଛି କିନ୍ତୁ ସେମାନଙ୍କୁ କୌଣସି ସୁବିଧା ମିଳୁନଥିବାର ଅଭିଯୋଗ ହେଉଛି । ଦିନ ତମାମ କାର୍ଯ୍ୟକଲେ ନିଜର ପରିବାର ଚଳିବାକୁ ଯଥେଷ୍ଟ ହେଉନାହିଁ । କରୋନା ସମୟରେ ସାଧାରଣ ଖାଇବା ତେଲ ଦର ୨ଶହ ଟଙ୍କା ବୃଦ୍ଧିପାଇ ଥିବା ବେଳେ ଡାଲିଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ଦ୍ରବ୍ୟର ଦର ବୃଦ୍ଧି ପାଇଛି । ଏଭଳି ସ୍ତରରେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଦାମ ବୃଦ୍ଧି କରିବା ସହିତ ସର୍ବନିମ୍ନ ମଜୁରୀ ସହିତ ତୁଳନା କରି ଦରବୃଦ୍ଧି କରିବାକୁ ଦାବି ହୋଇଛି ।କେନ୍ଦୁ ପତ୍ର ତୋଳାଳୀ ମାନଙ୍କର ପାଇଁ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସହାୟତା ଏବଂ ଜୋତା,ପାଣି ବୋତଲ ବର୍ଷ ବର୍ଷ ଧରି ପ୍ରଦାନ କରାଯାଇ ନଥିବାର ଅଭିଯୋଗ ହେଉଛି ।ସେହିପରି ଜିଲ୍ଲାରେ ଶିଶୁ ମାନଙ୍କୁ ନିୟୋଜିତ କରାଯାଇ ଖରାରେ କେନ୍ଦୁ ପତ୍ର ତୋଳିବା କାର୍ଯ୍ୟରେ ନିୟାଜିତ କରାଯାଉଛି ।

new life
You might also like
error: Content is protected !!