News
WhatsApp Image 2023-10-04 at 17.25.00
samparksetu

ସହର ପାଇଁ ଲଜ୍ୟା ସାଉଁଟୁଛି ଢେଙ୍କାନାଳ ପୌରପାଳିକା , ବୋଇତ ବନ୍ଦାଣ ଉତ୍ସବରେ ମୁକସାକ୍ଷୀ ସାଯିବେ ଅଧିକାରୀ ଓ ଜନ ପ୍ରତିନିଧି !

ପରିତ୍ୟକ୍ତ ଅବସ୍ଥାରେ ଭାଗୀରଥୀ ସାଗର । ସହର ମଧ୍ୟରେ ରହିଛି ହାତ ଗଣତି ପୋଖରୀ ହେଲେ ତାକୁ ମଧ୍ୟ ସଫା ରଖିବାରେ ଅସମର୍ଥ ପୌରପାଳିକା । ବର୍ଷବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ରହିଛି । ପୂର୍ବରୁ ପୋଖରୀର ପାଣିକୁ ସହରବାସୀ ପିଇବା ପାଣି ରୂପେ ବ୍ୟବହାର କରୁଥିଲେ କିନ୍ତୁ ବର୍ତ୍ତମାନ ପିଇବା ତ ଦୂରର କଥା ନିତ୍ୟ ବ୍ୟବହାର୍ଯ୍ୟ ନିମନ୍ତେ ମଧ୍ୟ ବ୍ୟବହାର କରୁନାହାଁନ୍ତି । କାରଣ ପୋଖରୀ ଗୁଡ଼ିକରେ ଦଳ ଦଳ ହୋଇ ଅନାବନା ଗଛ ଉଠି ଯାଇଥିବା ବେଳେ ପାଣି ମଧ୍ୟ ଦୂଷିତ ଅବସ୍ଥାରେ ରହିଛି । ସେହିପରି ଆସନ୍ତାକାଲି ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ପୋଖରୀ ରେ ଦଳଦଳ ପଦ୍ମ ଦେଖାଦେଇଛି । ଉକ୍ତ ଉତ୍ସବରେ ବିଭିନ୍ନ ଅଧିକାରୀଙ୍କ ସହ ଜନ ପ୍ରତିନିଧି ମାନେ ଯୋଗଦେବେ ହେଲେ ମଧ୍ୟ ପୌରପାଳିକା କୁ କୌଣସି ଖାତିର ନାହିଁ ।

ତେବେ ପୌରପାଳିକା ର ଏଭଳି ଅବ୍ୟବସ୍ଥା ହେତୁ ପୂର୍ବରୁ ମଧ୍ୟ ମଦନ ମୋହନ ଚାପ ଖେଳିବାରେ ବାଧାପ୍ରାପ୍ତ ହୋଇଥିଲା । ଏହି ଘଟଣା ଜିଲ୍ଲା ନୁହେଁ ସାରା ରାଜ୍ୟରେ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଥିଲା । ବାରମ୍ବାର ପୋଖରୀ ସଫେଇ ରେ ଦୁର୍ନୀତି ହେତୁ ଏଭଳି ଅବସ୍ଥା ଦେଖା ଦେଇଛି ବୋଲି ସହରସାରା ହୁରି । ବିଭିନ୍ନ ଯୋଜନାରେ ବାଟ ମାରଣା କରି ଅଧିକାରୀ ରୁ ଯନ୍ତ୍ରୀ ସବୁ ମାଲେମାଲ ହେଉଥିବା ବେଳେ ସହର ବାସୀଙ୍କ ଭାବନା ସହ ଖେଳା ଯାଉଛି ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!