News
WhatsApp Image 2023-10-04 at 17.25.00
samparksetu

ଜଳ ପାଇଁ ହନ୍ତସନ୍ତ ସହର ବାସୀ

ଧିରେ ଧିରେ ତାତି ବଢିବା ସହ ଦେଖା ଦେଲାଣି ଜଳ କଷ୍ଟ । ଅଚଳ ଅବସ୍ଥାରେ ପଡ଼ିରହିଛି ଅନେକ ନଳକୂପ । ଘଟଣାଟି କୌଣସି ଉପାନ୍ତ ଅଂଚଳର ନୁହଁ , ଢ଼େଙ୍କାନାଳ ସହରର ।

 ପାଣି ପାଇଁ  ଘଂଟାଏ ଧରି କୂଅକୁ ଅପେକ୍ଷା କରି ରହୁଛନ୍ତି  ମହିଳା ।  ଢ଼େଙ୍କାନାଳ ସହରର ଖମାର ସାହିରେ ପ୍ରାୟ ୩୦ ରୁ ୪୦ ପରିବାର ଏଠି ବସବାସ କରନ୍ତି । ଆଶ୍ଚର୍ଯ୍ୟର କଥା ସାହି ରେ ନଳକୂପ ଅଛି , କିନ୍ତୁ ପାଣି ଆସୁନି ।  ବାଧ୍ୟ ହୋଇ ରାସ୍ତା କଡ଼ରେ ଥିବା ଏକ କୂଅରୁ ପାଣି ଆଣି ଅଞ୍ଚଳ ବାସୀ ବ୍ୟବହାର କରୁଛନ୍ତି ।

କିଏ ବାଲଟିଏ, ମାଠୀଏ ପାଣି ନେଇଗଲେ କୂଅ ଖାଲି ହୋଇଯାଉଛି । ପୁଣି ଥରେ ପାଣି ଟିକେ ପାଇବାକୁ ୨ରୁ ୩ ଘଣ୍ଟା ଅପେକ୍ଷା କରିବାକୁ ପଢୁଛି । ବାଧ୍ୟ ହୋଇ କୂଅର ଅପରିଷ୍କାର ପାଣି ପିଇ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଲୋକେ । ଏବେ ରାସ୍ତା କଡ଼ରେ ଥିବା ଦଦରା କୂଅ ପାଲଟିଛି ଅଞ୍ଚଳ ବାସୀଙ୍କ ଜୀବନର ଉତ୍ସ ।

ଏପରି କହିବାକୁ ଗଲେ ସହରର ଅନେଗୁଡ଼ିଏ ସ୍ଥାନରେ ଥିବା ନଳକୂପ ଗୁଡ଼ିକ ଅଚଳ ଅବସ୍ଥାରେ ପଡ଼ିରହିଛି । ଦେଉଳି ସାହି, ମହିଳା ମହାବିଦ୍ୟାଳୟର, ଜୁବଲି ଟାଉନ୍, ଅମଲାପଡା, କୁମ୍ଭାର ସାହି, ଖମାର ସାହି ମାନଙ୍କ ରେ ସମାନ ଅବସ୍ଥା । କେଉଁଠି ଅଚଳ ହୋଇ ପଡିଛି ତ କେଉଁଠି ଅଧା ନଳକୂପ ପୋତି ହୋଇଗଲାଣି । ଏମିତିକି ପାନ୍ୟଜଳ ଯୋଗାଣ ବିଭାଗର କାର୍ଯ୍ୟାଳୟ ଆଗରେ ଥିବା ନଳକୂପଟି ମଧ୍ୟ ଅଚଳ ହୋଇ ପଡ଼ିଛି । ଗୋଟିଏ ପଟେ ଜଳ ଯୋଗାଣ ବିଭାଗ ତରଫରୁ ଘରକୁ ଘର ପାଇପ ଲାଇନ ଦିଆଯାଇଛି । କିନ୍ତୁ ଯେତିକି ସମୟ ପାଣି ଆସିବା କଥା ସେତିକି ସମୟ ଆସୁନଥିବା ଲୋକେ କହିଛନ୍ତି । ଅନ୍ୟପଟେ ଜଳ ଯୋଗାଣ ବିଭାଗ କହିଛି ଯେ ଅଭିଯୋଗ ହେଲେ ୨୪ ଘଣ୍ଟା ରେ କାମ ହେଉଚି ।

new life
You might also like
error: Content is protected !!