News
WhatsApp Image 2023-10-04 at 17.25.00
samparksetu

ଅନୁଗୁଳ ପରେ ଏବେ ଢେଙ୍କାନାଳ ମୁହାଁ ନରହନ୍ତା ହାତୀ

ଢେଙ୍କାନାଳ ସିମାନ୍ତ ସଞ୍ଜପଡା ଅଞ୍ଚଳରେ ବିଚରଣ କରୁଛି।ନରହନ୍ତା ହାତୀ l ହାତୀ ଉପରେ ସ୍ୱତନ୍ତ୍ର ନଜର ରହିଥିବା କହିଲେ ବନଖଣ୍ଡ ଅଧିକାରୀ । ଆବଶ୍ୟକ ପଡିଲେ କରାଯାଇ ପାରେ ଟ୍ରାଙ୍କୁଲାଇଜ।

ଅନୁଗୁଳରେ ଚାରି ଚାରୋଟି ଜୀବନ ନେବାପରେ ଏବେ ଢେଙ୍କାନାଳ ମୁହାଁ ହୋଇଛି ମଣିଷମରା ହାତୀ।ଗତକାଲି ସଂନ୍ଧ୍ୟାରେ ହାତୀଟି ଅନୁଗୁଳ ଅଞ୍ଚଳରୁ ଆସି ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ରେଞ୍ଜ ସଞ୍ଜପଡା ଅଞ୍ଚଳରେ ବୁଲୁଥିବାର ଲୋକେ ଦେଖିଥିଲେ।ଯେଉଁଥି ପାଇଁ ସଞ୍ଜପଡା ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ଭିତରେ ଖେଳି ଯାଇଛି ଭୟର ବାତାବରଣ। କାରଣ ଗତକାଲି ଗୋଟିଏ ଦିନରେ ଅନୁଗୁଳର ଛେଳିଆପଡା,ଅଙ୍ଗାରବନ୍ଧ, ବାରସିଙ୍ଗା ଓ ବଅଁରପାଳ ଗଡସନ୍ତ୍ରୀ ଅଞ୍ଚଳରେ ଚାରି ଚାରି ଜଣଙ୍କୁ ମାରିଥିବାରୁ ଏବେ ରକ୍ତମୁଖା ହୋଇପଡିଛି ନରହନ୍ତା ମାଖନା ହାତୀ। ଆଉ ଏପଟେ ହାତୀର ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖିବା ସହିତ ସେ କିଭଳି ଆଖପାଖ ଅଞ୍ଚଳରେ ଜନ ବସତୀ ମୁହାଁ ନହେବ ସେଥିପାଇଁ ବନ ବିଭାଗ ଆବଶ୍ୟକିୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ହାତୀ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ।

ବନବିଭାଗ ର କହିବା ଅନୁଯାୟୀ ହାତୀଟି ଗତକାଲି ଅନୁଗୁଳ ଅଞ୍ଚଳରେ ଗୋଠରୁ ଅଲଗା ହୋଇ ଯାଇଥିଲା।ପରେ ହିସ୍ରଂ ଆଚରଣ କରି ଏଣେତେଣେ ବୁଲୁଥିବା ଅବସ୍ଥାରେ ଜଣ ଜଣ କରି ଚାରିଜଣଙ୍କୁ ଗୋଡାଇ ଗୋଡାଇ ମାରିଥିଲା।ଆଉ ଅନେକ ଫସଲ ମଧ୍ୟ କ୍ଷୟକ୍ଷତି କରିଥିଲା।ଯାହାକୁ ନେଇ ଅନୁଗୁଳର ବିଭିନ୍ନ ସ୍ଥାନରେ ତିବ୍ର ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା ।ପରେ ହାତୀଟି ଅନୁଗୁଳ ଛାଡି ଢେଙ୍କାନାଳ ସିମାନ୍ତରେ ପ୍ରବେଶ କରିଥିଲା।

ଗତକାଲି ରାତିରୁ ହାତୀ ଚଳପ୍ରଚଳ କରୁଥିବା ହିନ୍ଦୋଳ ରେଞ୍ଜ ର ସଞ୍ଜପଡା ଓ ଆଖପାଖ ଅଞ୍ଚଳରେ ଅନେକ କଳ କାରଖାନା ରହିଥିବାରୁ ସେଠାରେ ଲୋକଙ୍କ ଯାତାୟାତ ଅଧିକ ରହିଛି।ଏପଟେ ବିଭିନ୍ନ କାରଖାନାର ସେଠି ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି।

new life
You might also like
error: Content is protected !!