News
WhatsApp Image 2023-10-04 at 17.25.00
samparksetu

ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କର୍ମଶାଳା

ଢେଙ୍କାନାଳ ଜିଲ୍ଲା ସଦର ବକ୍ଲ ଅନ୍ତର୍ଗତ ରଞ୍ଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ନିଆଁ ପ୍ରତିରୋଧ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତିସଙ୍ଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ ଶୁଭ୍ରାଶୁଂ ଶତପଥୀ ଙ୍କ ଦ୍ଵାରା ଆୟୋଜିତ ଏହି କର୍ମଶାଳାରେ ଜଙ୍ଗଲ ନିଆଁର କାରଣ,ପ୍ରତିକାର ଏବଂ ଜଙ୍ଗଲର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହିତ ନିଆଁକୁ କିଭଳି ରୋକା ଯାଇପାରିବ ସେ ସମ୍ପର୍କରେ ଅବଗତ କରିଥିଲେ । ଏହି ଅବସରରେ ଏକ ଚିତ୍ରକଳାର ଆୟୋଜନ କରାଯାଇଥିଲା ।

ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆଗକୁ ଜଣେ ଜଣେ କିପରି ପ୍ରକୃତି ପ୍ରେମୀ ହୋଇପାରିବେ ସେହି ଲକ୍ଷ ନେଇ ସଚେତନତା ସୃଷ୍ଟି କରିଥିଲେ । ସମସ୍ତଙ୍କ ସହଯୋଗ ରହିଲେ ଜଙ୍ଗଲ ନିଆଁକୁ ପ୍ରତିରୋଧ କରାଯାଇ ପାରିବ ବୋଲି ସେ କହିଛନ୍ତି । ନିଆଁକୁ ନିୟନ୍ତ୍ରିତ କରାଯାଇ ପାରିଲେ ବହୁ ମୂଲ୍ୟବାନ ଔଷଧିୟ ବୃକ୍ଷ ସହିତ ବଣ୍ୟଜନ୍ତୁଙ୍କ ସୁରକ୍ଷା ହୋଇ ପାରିବ ବୋଲି କହିଥିଲେ ।

new life
You might also like
error: Content is protected !!