News
WhatsApp Image 2023-10-04 at 17.25.00
samparksetu

ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗଣଧାରଣା

ଗଁଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଆଜି ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ ଠାରେ ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗଣଧାରଣା ଓ ଅନଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମଞ୍ଚର ଆବାହକ ତଥା ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଙ୍କର ନେତୃତ୍ୱରେ ୫ଗୋଟି ପ୍ରମୁଖ ଦାବି ନେଇ ଉକ୍ତ ଧାରଣା ଅନୁଷ୍ଠିତ ହୋଇଥିଲା ।

ଦାବି ଗୁଡିକ ମଧ୍ୟରେ, ଉକ୍ତ କେନ୍ଦ୍ରରେ ୨୦୧୪ମସିହାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶବ ବ୍ୟବଛେଦ ପାଇଁ ଅନୁମୋଦନ ହୋଇଥିଲେ ସୁଦ୍ଧା କେବଳ ଏହି କେନ୍ଦ୍ରର ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି ,ଦୀର୍ଘ ୧୦ବର୍ଷ ଧରି ଏଠାରେ ଶିଶୁ ରୋଗ ବିଶେଷଜ୍ଞ ସ୍ତ୍ରୀ ଓ ପ୍ରସ୍ତୁତ ବିଶେଷଜ୍ଞ ମେଡ଼ିସିନ ଓ ସର୍ଜରୀ ବିଶେଷଜ୍ଞ ପଦବୀ ଖାଲି ପଡିଛି । ତତ ସହିତ ୪ବର୍ଷ ହେଲା ଏଠାରେ ନିଯୁକ୍ତ ଦାନ୍ତ ଚିକିତ୍ସକ ଡେପୁଟେସନରେ ଢେଙ୍କାନାଳ ମେଡିକାଲରେ କାର୍ଯ୍ୟ କରୁଛନ୍ତି ତାଙ୍କୁ ତୁରନ୍ତ ଫେରାଇ ଆଣିବାର ଦାବି ରହିଛି । ଉକ୍ତ ମେଡିକାଲ ରେ ୨୪ଘଣ୍ଟିଆ ଆମ୍ବଲାନ୍ସ ସେବାକୁ ଜାରି ରଖିବା ପିଙ୍ଗୁଆ ,ଯୋରନ୍ଦା, କେନ୍ଦୁପଡା, କରମୂଳ ଓ ଦେଓଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଏମ ବି ବି ଏସ ଡାକ୍ତର ନିଯୁକ୍ତି କରିବା ଆଦି ଦାବି ନେଇ ଉକ୍ତ ଧାରଣା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ମଞ୍ଚର ଆବାହକ ନବୀନ ନନ୍ଦ ଉକ୍ତ ବ୍ଲକର ଗ୍ରାମାଞ୍ଚଳ ରେ ରହୁଥିବା ଗରିବ ପରିବାର ଗୁଡିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁ ସବୁ ଅସୁବିଧା ଭୋଗିବା ସହିତ ଆର୍ଥିକ ଦୁର୍ବଳତା ପରିବାର ଗୁଡିକ ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁ ଅସୁବିଧା ସମ୍ମୁଖୀନ କୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ଉକ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଯାଇ ଏହି ବ୍ଲକର ଜନସାଧାରଣ ମାନଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦାବି ପତ୍ର ଶ୍ରୀ ନନ୍ଦ ଙ୍କ ନେତୃତ୍ୱରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ସ୍ଥିତପ୍ରଜ୍ଞା ମହାନ୍ତି ଜରିଆରେ ପ୍ରଦାନ କରାଯାଇଛି ।

new life
You might also like
error: Content is protected !!