News
WhatsApp Image 2023-10-04 at 17.25.00
samparksetu

ତପୋବନ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ତପୋବନ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l

ନଭେମ୍ବର ୨୨ତାରିଖରେ ଶ୍ରୀ ମହିମା ଗୋସାଇଁଙ୍କ ତପୋବନ ମେଳା ଅନୁଷ୍ଠିତ ହେବ l ଏହି ସ୍ଥାନରୁ ହିଁ ମହିମା ଧର୍ମର ଧର୍ମଗୁରୁ ମହିମାଗୋସାଇଁ ସାଧନା କରି ସିଦ୍ଧି ପ୍ରାପ୍ତ ହୋଇଥିଲେ l ତେଣୁ ଏହି ମେଳାଟି ମହିମା ଧର୍ମାନୁଲମ୍ବୀ ମାନଙ୍କ ପାଇଁ ଗୁରୁତ୍ୱ ବହନ କରେ l ଏହି ମେଳାରେ ପାଖାପାଖି ୬ ହଜାର ଲୋକଙ୍କ ସମାଗମ ହେବ l ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଭକ୍ତ ମାନଙ୍କର ସୁବିଧା ପାଇଁ କାଦୁଆ ଠାରୁ ତପୋବନ ମହିମା ପୀଠ ପର୍ଯ୍ୟନ୍ତ ଥିବା ରାସ୍ତାର ମରାମତି କାର୍ଯ୍ୟ ତଥା ରାସ୍ତା ଉପରକୁ ଲମ୍ବି ଆସିଥିବା ଡାଳ କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି l

ଯେହେତୁ ପୀଠକୁ ଯିବାପାଇଁ ରାସ୍ତା ଅଧିକ ଚଉଡା ନୁହେଁ ତେଣୁ ଆଇନ ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି l ଏହାସହ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ଅସ୍ଥାୟୀ ଆଶ୍ରୟ ସ୍ଥଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ କହିଛନ୍ତି l

ଏହି ବୈଠକରେ ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଲଳିତ ମୋହନ ବେହେରା, ଉପଜିଲ୍ଲାପାଳ ଢେଙ୍କାନାଳ ଶ୍ରୀ ସପନ କୁମାର ନନ୍ଦ, ଉପଜିଲ୍ଲାପାଳ ହିନ୍ଦୋଳ ଶ୍ରୀ ଶିବାନନ୍ଦ ସ୍ୱାଇଁ, ତପୋବନ ପୀଠ ର ମୁଖ୍ୟ ବାବା ଶ୍ରୀ ରଘୁନାଥ ଦାସ, ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ସ୍ଥାନୀୟ ସରପଞ୍ଚ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ମହିମା ଧର୍ମାନୁଲମ୍ବୀ ମାନେ ଉପସ୍ଥିତ ଥିଲେ l

new life
You might also like
error: Content is protected !!