News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଗ୍ରାମୀଣ ଯୁବବର୍ଗଙ୍କ ପାଇଁ ‘ବାହ୍ୟ ନେତୃତ୍ୱ ଶିବିର’ ଆୟୋଜିତ

ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ନେତୃତ୍ୱ ଓ ପାରସ୍ପରିକ ଦକ୍ଷତାର ବିକାଶ ଲକ୍ଷ୍ୟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର ଏକ ପ୍ରମୁଖ ପଦକ୍ଷେପ ‘ବାହ୍ୟ ନେତୃତ୍ୱ ଶିବିର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଜୁନ୍ ୨୩ ତାରିଖରେ ଢେଙ୍କାନାଳର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା ପାଶ୍ୱର୍ବର୍ତୀ ଗ୍ରାମର ୨୫ଜଣ ଯୁବବର୍ଗଙ୍କୁ ଯାଜପୁରର ରେମାଳକୁ ପଠାଯାଇଛି ।

ଏହି ଦୁଇ ଦିନିଆ ଶିବିରରେ ସେମାନଙ୍କୁ ଦୁଃସାହସ ସହିତ ନେତୃତ୍ୱ ଏବଂ ପାରସ୍ପାରିକ ଦକ୍ଷତା ବିକାଶ ଉପରେ ପ୍ରଶିକ୍ଷଣ ଓ ବ୍ୟବହାରିକ ଅଭିଜ୍ଞତା ପ୍ରଦାନ କରାଯିବ । ପ୍ରଥମ ଥର ପାଇଁ ଟାଟା ଷ୍ଟିଲର ସିଏସ୍‌ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଏହି ପଦକ୍ଷେପକୁ ମେରାମଣ୍ଡଳୀ କାରଖାନାକୁ ସଂପ୍ରସାରିତ କରାଯାଇଛି । ଏହି ପଦକ୍ଷେପ ମାଧ୍ୟମରେ ଯୁବବର୍ଗମାନେ ପର୍ବତାରୋହଣ, ଜମର କ୍ଲାଇବିଙ୍ଗ୍‌, ରାପଲିଂ, ଫ୍ଲାଇଙ୍ଗ୍ ଫକ୍ସ, ଦଳଗତ କ୍ରୀଡ଼ା, ଦୁଃସାହସିକ କାର୍ଯ୍ୟକଳାପ, ମୌଳିକ ନିରାପତା, ଯୋଗ, ଦଳଗତ ଆଲୋଚନା ଭଳି ବିଭିନ୍ନ ପ୍ରକାର ଆଉଟ୍‌ଡୋର ଓ ଇନ୍‌ଡୋର କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ । ଟାଟା ଷ୍ଟିଲ ମେରାମଣ୍ଡଳୀ ସିଏସ୍‌ଆର ବିଭାଗ ମୁଖ୍ୟ ଦିବ୍ୟାହାସ ରାୟ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଖୁସି ପ୍ରକାଶ କରି ସେ କହିଥିଲେ ଯେ, ଏହା ନିଶ୍ଚିତ ଭାବେ ଏହି ସମସ୍ତ ସ୍ଥାନୀୟ ଯୁବବର୍ଗଙ୍କ ନିମନ୍ତେ ରୋମାଂଚକ ଓ ଉଲ୍ଲେଖନୀୟ ଅଭିଜ୍ଞତା ହେବ ।

ଏହାସହିତ ସେ ସମସ୍ତଙ୍କୁ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ପ୍ରତ୍ୟେକ ମୂହୁର୍ତକୁ ଉପଭୋଗ ଓ ଜ୍ଞାନ ଆହରଣ କରିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପାଶ୍ୱର୍ବର୍ତୀ ଗ୍ରାମର ୭ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସିଏସ୍‌ଆର ଓ ଟାଟା ଷ୍ଟିଲ
କର୍ପୋରେଟ୍ କମ୍ୟୁନିକେସନ୍ସ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଯୁବବର୍ଗମାନେ ସରପା ରଘୁନାଥପୁର, ଖଲିବେରଣା, ପାଇକ ପୁରୁଣାକୋଟ, ମଙ୍ଗଳପୁର, ତାଳବାହାଳ, ନୂଆଗାଁ, ଶିବପୁର, କୋଚିଲାମାଡ଼, ଚନ୍ଦ୍ରଶେଖରପୁର, ବାଦିବାହାଲ ଏବଂ ଗଣ୍ଠିଗାଡ଼ିଆ ଗ୍ରାମରୁ ଆସିଛନ୍ତି ।

ଆଶୁତୋଷ ପାତ୍ର ସଂଯୋଜକ ଭାବେ ଏହି ଟିମ୍ ସହିତ ଯାତ୍ରା କରୁଛନ୍ତି । ଏହି ଦୁଇଦିନିଆ ଶିବିର ସମାପ୍ତ ହେବା ପରେ ଯୁବବର୍ଗମାନଙ୍କ ପ୍ରଦର୍ଶନର ଆକଳନ ଆଧାରରେ ସେମାନଙ୍କୁ ନିଜର ନେତୃତ୍ୱ ଓ ପାରସ୍ପାରିକ ଦକ୍ଷତାରେ ଆହୁରି ଉନ୍ନତି ଆଣିବା ପାଇଁ ପରବର୍ତୀ ସମୟରେ ବିକାଶମୂଳକ ତାଲିମ ପ୍ରଦାନ କରାଯିବ । ଏହି ପଦକ୍ଷେପ ଅନ୍ତର୍ଗତ ଚଳିତ ବର୍ଷ ଆହୁରି ୨ଟି ଦଳକୁ ବାହ୍ୟ ନେତୃତ୍ୱ ଶିବିରରେ ପଠାଯିବାର ଯୋଜନା ରହିଛି ।

new life
You might also like
error: Content is protected !!