News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ଗୃହଲକ୍ଷ୍ମୀ ସମବାୟ ସଂସ୍ଥାର ତୃତୀୟ ବାର୍ଷିକ ସାଧାରଣ ସଭା

ଟାଟା ଷ୍ଟିଲ ଫାଉଣ୍ଡେସନ୍‌, ମେରାମଣ୍ଡଳୀର ଅନ୍ୟତମ ପ୍ରମୁଖ ଜୀବିକା କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଏବଂ ଉଦ୍ୟମିତା ପ୍ରକଳ୍ପ (ଡବ୍ଲୁଇଇ) ଅନ୍ତର୍ଗତ ଗୃହଲକ୍ଷ୍ମୀ ସମବାୟ ସଂସ୍ଥା ପକ୍ଷରୁ ଏହାର ତୃତୀୟ ବାର୍ଷିକ ସାଧାରଣ ସଭା ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ର କୁଶୁପଙ୍ଗା ଗ୍ରାମରେ ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ଟାଟା ଷ୍ଟିଲ ମେରାମଣ୍ଡଳୀ ଏବଂ ଟାଟା ଷ୍ଟିଲ କଳିଙ୍ଗନଗରର ମୁଖ୍ୟ ପ୍ରୋକ୍ୟୁରମେଂଟ ଅଧିକାରୀ ନିନା ସିଂହ ମୁଖ୍ୟ ଅତିଥି ଓ କୁଶପଙ୍ଗା ପଂଚାୟତର ସରପଂଚ ଅନୀତା ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଟାଟା ଷ୍ଟିଲର କର୍ପୋରେଟ୍ ସାମାଜିକ ଦାୟିତ୍ୱ କାର୍ଯ୍ୟକାରୀ ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହାୟତାରେ ଡବ୍ଲୁଇଇ କାର୍ଯ୍ୟକ୍ରମମାଧ୍ୟମରେ ଓଡ଼ିଶାର ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ୨୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଜୀବିକାକୁ ସୁଦୃଢ କରିବା ସହିତ ସେମାନଙ୍କୁ ସଶକ୍ତ କରାଯାଇ ପାରିଛି ।

ଏହି ଅବସରରେ ସଦସ୍ୟମାନଙ୍କୁ ସମ୍ବୋଧନ କରି ଶ୍ରୀମତି ସିଂହ କହିଛନ୍ତି ଯେ, “ବର୍ତମାନ ସମୟରେ ଆର୍ଥିକ ରୂପେ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ରହିଛି, ଏହା ମହିଳାମାନଙ୍କୁ ଆତ୍ମବିଶ୍ୱାସ, ଆତ୍ମସମ୍ମାନ ପ୍ରଦାନ କରିବା ସହିତ ଜୀବନରେ ଉଚିତ ପଦକ୍ଷେପଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥାଏ । ଏହି ସମବାୟ ସଂସ୍ଥାକୁ ଏକ ଆତ୍ମନିର୍ଭରଶୀଳ ଅନୁଷ୍ଠାନ ଭାବେ ସ୍ଥାପିତ କରିବା ପାଇଁ ଉଦୀୟମାନ ଉଦ୍ୟୋଗୀ, ସମବାୟ ସଂସ୍ଥାର ନିର୍ଦ୍ଦେଶକ ମଣ୍ଡଳୀର ସଦସ୍ୟଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ ।

ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) କୁ ଏହି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇବା ସହ ଶ୍ରୀମତି ନାୟକ ଉପସ୍ଥିତ ମହିଳାମାନଙ୍କୁ
ଏହି କାର୍ଯ୍ୟକ୍ରମରୁ ଲାଭ ନେବା ସହିତ ଉଦ୍ୟୋଗ ପ୍ରତିଷ୍ଠା ମାଧ୍ୟମରେ ନିଜ ପରିବାରକୁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ ।

new life
You might also like
error: Content is protected !!