News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଛି । ଟିଏସ୍‌ଏଫ୍ ପକ୍ଷରୁ ୨୦୨୩ ନଭେମ୍ବର ୧୪ରେ ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ୍‌ର ମଙ୍ଗଳପୁର ଗ୍ରାମରେ ଏକ ମଲ୍‌ଟି ସ୍ପେସିଆଲିଟି (ବହୁମୁଖୀ) ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟତଃ ୬୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ବିଶେଷ ରୂପେ ଧ୍ୟାନ ଦିଆଯାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ଏଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ରକ୍ତଚାପ, ମଧୁମେହ ଓ
ମୋତିଆବିନ୍ଦୁର ସ୍କ୍ରିନିଂ କରାଯାଇଥିଲା ଏବଂ ମାଗଣାରେ ଔଷଧ ବଂଟନ କରାଯାଇଥିଲା । ସ୍ୱାସ୍ଥ୍ୟ ଶିବିରରେ ଯେଉଁମାନଙ୍କ ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା ସେମାନଙ୍କୁ ଅସ୍ତ୍ରୋପଚାର ଓ ଅଧିକ ଚିକିତ୍ସା ଲାଗି ଢେଙ୍କାନାଳ ଓ ଅନୁଗୋଳ ହସ୍ପିଟାଲ୍‌କୁ ପଠାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରକୁ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଲ୍ୟାବ୍ ଟେକ୍ନିସିଆନ୍‌, ୩ ଜଣ ନର୍ସ, ୨ ଜଣ ଚକ୍ଷୁ ରୋଗ ସହାୟକ, ୨ ଜଣ ବହୁବିଧ ସ୍ୱାସ୍ଥ୍ୟ କର୍ମୀ ପରିଚାଳନା କରିଥିଲେ ।

ଶିବିରରେ ୧୦୦ରୁ ଅଧିକ ହିତାଧିକାରୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଚିକିତ୍ସା ସୁବିଧା ହାସଲ ପାଇଥିଲେ । ଏହି ଅବସରରେ ଟିଏସ୍‌ଏଫ୍ ପକ୍ଷରୁ ହିତାଧିକାରୀମାନଙ୍କ ପାଇଁ ଜଣେ ସ୍ୱାସ୍ଥ୍ୟ ଓ ପୁଷ୍ଟି ବିଶେଷଜ୍ଞଙ୍କ ଦ୍ୱାରା ଏକ ମଧୁମେହ ସଚେତନତl କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

new life
You might also like
error: Content is protected !!