News
WhatsApp Image 2023-10-04 at 17.25.00
samparksetu

ବ୍ରାଉନ ସୁଗାର ସହିତ ୨ ଗିରଫ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱରପୁର ଶନିମନ୍ଦିର ନିକଟରେ ଦୁଇ ଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୨୪ ଗ୍ରାମ ୯୪୦ ମିଲିଗ୍ରାମ ବ୍ରାଉନ ସୁଗର,ମୋଟର ସାଇକେଳ ଓ ମୋବାଇଲ ଫୋନ ଜବତ କରିଥିବାର ଜଣାପଡିଛି । ମଙ୍ଗଳବାର ରାତି ସାଢେ ୧୧ଟା ସମୟରେ ଟାଉନ ପୋଲିସ ଏସଆଇ ସୌଭାଗ୍ୟ ପାଣି ଏବଂ ତାଙ୍କ ସାଥୀ ମାନଙ୍କୁ ନେଇ ଏକ ବୋଲେରୋ ଗାଡି ନଂ ଓଡି୦୫ଏପି୨୭୧୬ ଯୋଗେ ପାଟ୍ରୋଲିଂ ପାଇଁ ଯାଉଥିବା ବେଳେ କମଳ କୁମାର ନାୟକ ଏବଂ ତାଙ୍କର ସାଥୀ ଗଁଦିଆ ଅଞ୍ଚଳରେ ହେରୋଇନ ବ୍ୟବସାୟ କରିବାକୁ ଯାଉଥିବାର ସୂଚନା ପାଇଥିଲେ ।

ଏହାକୁ ଭିତ୍ତିକରି ଟାଉନ ପୋଲିସ ରାସ୍ତାକୁ ନାକାବନ୍ଦି କରିବା ସହିତ ଗଁଦିଆ ପାଶ୍ୱର୍ରୁ ଆସୁଥିବା ଏକ ମୋଟର ସାଇକେଲ ନଂ ଓଆର୦୬ଜି୨୯୩୫ରେ ଦୁଇ ଜଣ ଯୁବକ ଆସୁଥିବାର ଜଣାପଡିଥିଲା । ପୋଲିସକୁ ଦେଖି ଦୁଇଜଣ ଦୁର୍ବୃତ୍ତ ମୋଟର ସାଇକେଲ ନେଇ ରାମ୍ବେଶ୍ୱରପରୁ ରସ୍ତାରେ ଫେରାର ହେବାକୁ ବେଳେ ପୋଲିସ ତାଙ୍କ ପିଛା କରି ଶନିମନ୍ଦିର ନିକଟରେ କାବୁ କରିନେଇଥିଲେ ।

ଉଭୟଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ ମୋଟର ସାଇକେଲ ସହିତ ୨୪ ଗ୍ରାମ ୯୪୦ ମିଲିଗ୍ରାମ ବ୍ରାଉନସୁଗର ଓ ଏକ ରିଅଲମି ମୋବାଇଲ ଜବତ କରାଯାଇଥିଲା ।ଏହି ଘଟଣାରେ ଟାଉନ ଥାନା ଅନ୍ତର୍ଗତ ପୂର୍ତ୍ତବିଭାଗ କଲୋନୀରେ ରହୁଥିବା ଅର୍ଜୁନ ନାୟକଙ୍କ ପୁଅ କମଳ କୁମାର ନାୟକ(୩୪)ଏବଂ ଗାନ୍ଧୀ ମନ୍ଦିର ରୋଡରେ ରହୁଥିବା ଜମ୍ବେଶର ମହାରଣାଙ୍କ ପୁଅ ନାରାୟଣ ମହାରଣା ବୋଲି ଜଣାପଡିଛି । ସେମାନଙ୍କ ନାମରେ ଟାଉନ ଥାନାରେ ୬୨/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ , ପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆ ଯାଇଥିବାର ଜଣାପଡିଛି ।

new life
You might also like
error: Content is protected !!