News
WhatsApp Image 2023-10-04 at 17.25.00
samparksetu

ଜମି ଜାଲିଆତି ଘଟଣାକୁ ନେଇ ଜଣେ ମହିଳା ସମେତ ପାଞ୍ଚ ଜଣକୁ ଗିରଫ କଲା ପୋଲିସ

ଢେଙ୍କାନାଳ ଟାଉନ ଥାଉନ ଥାନା ଦକ୍ଷିଣକାଳୀ ଅଞ୍ଚଳରେ ଜମି ଜାଲିଆତି ଘଟଣାରେ ପୋଲିସ ଜଣେ ମହିଳା ସମେତ ପାଞ୍ଚ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଅଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର, ଅଛନ୍ତି।

ସୂଚନା ଅନୁଯାୟୀ ,ଉର୍ବଶୀ ନାୟକ ନାମକ ଜଣେ ମହିଳା ଦକ୍ଷିଣକାଳୀ ଅଞ୍ଚଳରେ ପାଞ୍ଚ ଗୁଣ୍ଠ ଜମି କିଣିଥିଲେ। ସେହି ଜମିକୁ କିଛି ଦଲାଲ ନକଲି କାଗଜପତ୍ର ତିଆରି କରି ଢେଙ୍କାନାଳର ଜଣେ ମହିଳା ଡାକ୍ତରଙ୍କୁ ୬୫ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ। ଜମି କିଣିଥିବା ଡାକ୍ତର ସେହି ଜମିରେ ବାଉଣ୍ଡରୀ ଦେବାରୁ ଉର୍ବଶୀ ନାୟକ ଏହାକୁ ବିରୋଧ କରି ପୋଲିସରେ ଅଭିଯୋଗ କରିଥିଲେ।

ଏଥିରେ କଟକର ଗୋଲାପ ନାୟକ ନାମକ ଜଣେ ମହିଳା ନକଲି ଆଧାର କାର୍ଡ ବାହାର କରି ନିଜକୁ ଉର୍ବଶୀ ନାୟକ ଭାବରେ ପରିଚୟ ଦେଇଥିଲା। ସେହି ମହିଳା ସହିତ ଢେଙ୍କାନାଳ ସହରର ଅସଫର ଖାଁ ଦିବ୍ୟରଞ୍ଜନ ବେହେରା ରମେଶ ମଲ୍ଲିକ ଓ ତ୍ରିଲୋଚନ ନାଥ ସହଯୋଗ କରି ଜମି ବିକ୍ରି କରିଥିଲେ। ପୋଲିସ ଅନୁସନ୍ଧାନ ପରେ ଏହି ପାଞ୍ଚ ଜଣକୁ ଗିରଫ କରିଛି।

ଏଥିରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି। ତେବେ ଏଥିରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟର କିଛି କର୍ମଚାରୀ ସମ୍ପୃକ୍ତି ଥିବା ବେଳେ ପୋଲିସ ସେମାନଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏହା ସହିତ ଏ ସମ୍ପର୍କରେ ପୋଲିସ ଗଣମାଧ୍ୟମ ଠାରୁ ଦୂରରେ ରହିବା ପୋଲିସର ଭୂମିକାକୁ ମଧ୍ୟ ସନ୍ଦେହ ଘେରକୁ ଆଣିଛି।

new life
You might also like
error: Content is protected !!