News
WhatsApp Image 2023-10-04 at 17.25.00
samparksetu

ଟ୍ରେନରୁ ଖସିପଡି ଯୁବକ ମୃତ

ଢେଙ୍କାନାଳ ରେଳ ଷ୍ଟେସନ ଠାରେ ଗତକାଲି ରାତିରେ ତପସ୍ୱନି ଏକ୍ସପ୍ରେସରୁ ଖସିପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣକ ହେଲେ କାମାକ୍ଷାନଗର ରେକୁଳା ଗାଁର ରଞ୍ଜିତ କୁମାର ବେହେରାଙ୍କ ପୁଅ ରାଜଶ ବେହେରା ।

ସୂଚନା ଅନୁଯାୟୀ , ରାଜେଶ ଝାର୍ସୁଗୁଡାର ଏକ କମ୍ପାନୀରେ କାର୍ଯ୍ୟ କରିଥାନ୍ତି । କିଛି ଦିନ ହେଲା ସେ ଘରକୁ ଆସିଥିଲେ । ଛୁଟି କଟାଇ ଗତକାଲି ରାତିରେ ଝାର୍ସୁଗୁଡା ଫେରୁଥିଲେ । ତେବେ ଢେଙ୍କାନାଳ ରେଳ ଷ୍ଟେସ ନିକଟରେ କୌଣସି କାରଣରୁ ଟ୍ରେନରୁ ଖସି ପଡିଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇଁ ଆରପିଏଫ ଓ ଜିଆରପି ପୁଲିସ ତଦନ୍ତ କରିଥିଲେ । ପରିବାର ଲୋକେ ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଶବ ବ୍ୟବଚ୍ଛେଦ କରାଯାଇଛି । କେଉଁ କାରଣରୁ ସେ ଖସିପଡିଲେ ତାହା ଜଣାପଡିନାହିଁ । 

new life
You might also like
error: Content is protected !!