News
WhatsApp Image 2023-10-04 at 17.25.00
samparksetu

ଟ୍ରେନ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

କଣ୍ଟାବଣିଆ ଥାନା ଅନ୍ତର୍ଗତ ବୁଢାପଙ୍କ ସୁକିନ୍ଦା ରେଳପଥରେ ମାଲବାହୀ ଟ୍ରେନ ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାଇ କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ପଞ୍ଚାୟତ ଭଗାମୁଣ୍ଡା ଗ୍ରାମର ଦୁଇ ଯୁବକ ସନ୍ଧ୍ୟା ପ୍ରାୟ ୫ଟା୩୦ ବେଳକୁ ରେଳଧାରଣା ଉପରେ ପରସ୍ପର କଥା ହୋଇ ଚାଲି ଚାଲି ଯାଉଥିଲେ । ସେହି ସମୟରେ ପଛ ପାଖରୁ ସୁକିନ୍ଦାରୁ ତାଳଚେର ଅଭିମୁଖେ ଆସୁଥିବା ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା । ବିପିନି ନାଏକ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ ଓ ପ୍ରକାଶ ନାଏକ ଗୁରୁତର ହୋଇ ଛିଟିକି ପଡିଥିଲେ । ପରେ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ପ୍ରକାଶକୁ ଡାକ୍ତରଖାନା ନେଇଯାଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

new life
You might also like
error: Content is protected !!