ଢେଙ୍କାନାଳ ପୌରାଞ୍ଚଳ ଅନ୍ତଗର୍ତ ଜିଲ୍ଲା କାର୍ଯ୍ୟ।ଳୟ ସମ୍ମୁଖରେ ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରଥିବା ଉଠା ଦୋକାନୀଙ୍କ ଥଇଥାନ କରିବା ପାଇଁ ଦାବି କରାଯାଇଛି । ବର୍ତ୍ତମାନ ଉଠା ଦୋକାନୀ ମାନେ ବସୁଥିବା ସ୍ଥାନରେ ପୌରସଂସ୍ଥା ତରଫରୁ ରେଲିଂ ଲଗାଯାଉଛି ।
ପୌରସଂସ୍ଥା ତରଫରୁ ଉଠା ଦୋକାନୀ ମାନଙ୍କୁ ଦୋକାନ ଉଠାଇନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୀର୍ଘଦନି ଧରି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀ ମାନେ କୁଆଡେ ଯିବେ ବୋଲି ପ୍ରଶ୍ନ କରିବା ସହିତ ଜିଲ୍ଲାପାଳ ରେଲିଂ ଲାଗିବ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ । ଉଠା ଦୋକାନୀ ମାନଙ୍କୁ ଥଇଥାନ ନକରିବା ପର୍ଯ୍ୟନ୍ତ ଦୋକାନ ନଉଠାଇବାକୁ ଉଠା ଦୋକାନୀ ମାନେ ଲିଖତି ଭାବରେ ଜଣାଇଛନ୍ତି ।ଏ ସଂକ୍ରାନ୍ତରେ ମାଳବିକା ବେହେରା,ଦେବ କୁମାର ମିଶ୍ରଙ୍କ ସହତି ଅନ୍ୟମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।