News
WhatsApp Image 2023-10-04 at 17.25.00
samparksetu

ଗାଈ ଚରେଇବାକୁ କେନ୍ଦ୍ର କରି ଦଳିତ ଯୁବକକୁ ଆକ୍ରମଣ , ଥାନାରେ ଅଭିଯୋଗ

କାମାକ୍ଷାନଗର ଥାନା ଅନ୍ତର୍ଗତ ଭଣ୍ଡାରିଆ ମୌଜାରେ ଗାଈ ଚରେଇବାକୁ କେନ୍ଦ୍ରକରି ଦଳିତ ଯୁବକଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଥିବାର ଜଣାଯାଇଛି ।ଭଣ୍ଡାରିଆ ମୌଜାରେ ଶିବଚରଣ ବେହେରା ଓ ତାଙ୍କ ପୁଅ ସଂଗ୍ରାମ ନିଜର ଗାଈ ପଲ ନେଇ ପ୍ରତ୍ୟହ ଜମିରେ ଚରାଇବାକୁ ନେଇଥାନ୍ତି ।

ଜମିରେ ଗାଈ ଚରାଉଥିବାରୁ ପାଖ ଜମିର ଚାଷୀମାନେ ଏହାକୁ ବିରୋଧ କରି ଆସୁଥିଲେ । ଶିବଚରଣ ଓ ତାଙ୍କ ପୁଅ ସଂଗ୍ରାମ ଭୋର ସମୟରୁ ଗାଈ ପଲ ନେଇ ଜମିରେ ଚରାଇ ରାତି ୭ ଟା ପରେ ଘରକୁ ଆଣିଥାନ୍ତି । ଆଣିବା ସମୟରେ ବାଟରେ ଥିବା ବିଭିର୍ନ୍ନ ଫସଲକୁ ନଷ୍ଟ କରନ୍ତି । ପାଖରେ ଥିବା ଚାଷୀ ନିରୋଦ କୁମାର ଦେହୁରୀ, ବସନ୍ତ କୁମାର ପାତ୍ର, ଶ୍ରୀକାନ୍ତ କୁମାର ପାତ୍ର, ବିରଞ୍ଚି ପାତ୍ର ଏ ସଂକ୍ରାନ୍ତରେ ବାରମ୍ବାର ପ୍ରତିବାଦ କରି ଆସୁଥିଲେ ।

ଗ୍ରାମ ଭଦ୍ରଲୋକଙ୍କ ଉପସ୍ଥିତିରେ ମଧ୍ୟ୍ୟ ସମାଧାନ କରିଥିଲେ ହେଁ ଶିବଚରଣ ଓ ତାଙ୍କ ପୁଅ ସଂଗ୍ରାମ କୋଣସି ଭ୍ରୁକ୍ଷେପ ନକରି ପୂର୍ବପରି ଗାଈ ଚରାଉଥିଲେ l ଏହି ସମୟରେ ଶ୍ରୀକାନ୍ତ ପାତ୍ର ପ୍ରତିବାଦ କରିବାରୁ ଶ୍ରୀକାନ୍ତଙ୍କୁ ଜାତିଆଣ ଆକ୍ଷେପ କରି ନାନା ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ । ଶ୍ରୀକାନ୍ତ ଜଣେ ଦଳିତ ସଂପ୍ରଦାୟର ହୋଇଥିବାରୁ ତାଙ୍କ ଆତ୍ମସମ୍ମାନରେ ଆଞ୍ଚ ଆସିବାରୁ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଥିବାର ଜଣାଯାଇଛି ।

new life
You might also like
error: Content is protected !!