News
WhatsApp Image 2023-10-04 at 17.25.00
samparksetu

ଭିଜିଲାନ୍ସ ଜାଲରେ ଅସରଡା ପିଇଓ ; ୮ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଗିରଫ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅସରଡା ପଞ୍ଚାୟତର ନିର୍ବାହୀ ଅଧିକାରୀ ଭିଜିଲାନସ ଜାଲରେ ଛନ୍ଦି ହୋଇପଡିଥିବାର ଜଣାପଡିଛି । ଜଣେ ବ୍ୟକ୍ତିଙ୍କ ଠାରୁ ମନରେଗା କାର୍ଯ୍ୟର ବିଲ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ଘଟଣାରେ ଭିଜିଲାନସ ବିଭାଗ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।

କଟକ ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ ଅସରଡା ପଞ୍ଚ।ୟତର ନିର୍ବାହୀ ଅଧିକାରୀ ମିସ ଶଶୀରେଖା ସିଂହ ଜନୈକ ବ୍ୟକ୍ତି୍ଙ୍କ ଠାରୁ ମନରେଗା କାର୍ଯ୍ୟର ବିଲ କରାଇଦେବା ପାଇଁ ୮ ହଜାରଟଙ୍କା ଦାବୀ କରିଥିଲେ ।

ଏହି ଘଟଣାକୁ ନେଇ ସଂପୃକ୍ତ ବ୍ୟକ୍ତି ଜଣକ ଭିଜିଲାନସର ଦ୍ୱାରସ୍ଥ ହୋଇଥିଲେ । ଶୁକ୍ରବାର ଦିନ ମିସ ସିଂହ ନିଜ ବାସ ଭବନରେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୮ ହଜାରଟଙ୍କା ଲା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତରଫରୁ ଚଢାଉ କରାଯାଇଥିଲା । ତାଙ୍କ ଠାରୁ
୮ ହଜାର ଟଙ୍କା ଜବତ କରାଯିବା ସହିତ ତାଙ୍କ ହାତରୁ କେମିକାଲ ମିଶା ରଙ୍ଗ ବି ଚିହ୍ନଟ କରାଯାଇଥିଲା ।

ଏହି ଘଟଣାରେ ନିର୍ବାହୀ ଅଧିକାରୀଙ୍କ ବାଲିମୀ ସ୍ଥିତ ବାସ ଭବନରେ ଚଢାଉ କରାଯାଇଥିବା ବେଳେ କାର୍ଯ୍ୟ ।ଳୟରେମଧ୍ୟ ଚଢାଉ କରାଯାଇଥିଲା । ତାଳୟ ଗିରଫ କରାଯାଇ ତାଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗରେ ୪୭/୨୧ରେ ଏକ ମାମଲା ରୁଜ୍ଜୁ କରାଯାଇଥିବାର ଜଣାପଡିଛି ।

new life
You might also like
error: Content is protected !!